www.samajalive.in
Wednesday, December 10, 2025
26.1 C
Bhubaneswar

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା, ବିଚାର ବିଭାଗୀୟ ତଦନ୍ତ ଦାବୀ

ଫୁଲବାଣୀ: ଦାରିଙ୍ଗବାଡି ବ୍ଲକର   ମାଣ୍ଡିପାଙ୍ଗା ଠାରେ ଘଟିଥିବା ଅଭାବନୀୟ ଘଟଣା ପାଇଁ  ସରକାରୀ ବ୍ୟବସ୍ଥା ଦାୟୀ ବୋଲିପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି । ହ୍ୟୁମାନ ରାଇଟସ ଫୋରମ ଅଫ ଇଣ୍ଡିଆର ଫ୍ୟାକଟ ଫାଇଣ୍ଡିଙ୍ଗ ଟିମରେ ସାମିଲ ଥିବା ବ୍ରଜକିଶୋର ତ୍ରିପାଠୀ ବୁଧବାର ମଣ୍ଡିପଙ୍କା ଗ୍ରାମକୁ ଯାଇଥିବା । ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭୂତି ବର୍ଣ୍ଣନା କରି ଖାଦ୍ୟ ଅଭାବରେ ବିକଳ୍ପ ନଥିବାରୁ ବିକଳରେ  ଲୋକେ ଆମ୍ବଟାକୁଆ ଖାଇ ମୃତ୍ୟୁ ବାରଣ କରୁଛନ୍ତି ବୋଲି ଅଭ​‌େ​‌ିଯାଗ କରିଛନ୍ତି। ମାସିକ ପାଞ୍ଚ କେଜି ଚାଉଳ ଯଥେଷ୍ଟ ହେଉ ନ ଥିବାରୁ ଗରୀବ ଆଦିବାସୀ ଦଳିତ ଲୋକଙ୍କୁ ଅନ୍ତୋଦୟ ଯୋଜନା  ଅନ୍ତର୍ଭୂକ୍ତ କରିବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତ। ସେହିଭଳି ଏହି ଗାଁରେ କେହି ହେଲେ ସୁଭଦ୍ରା ଯୋଜନାରେ ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି ଶ୍ରୀ ତ୍ରିପାଠୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା  ମାତ୍ର ୧୨ଜଣ ସାମିଲ ହୋଇଥିବା, ଲୋକଙ୍କ ପାଖରେ କାମ ନ ଥିବା ସେ ପ୍ରକାଶ କରିଛନ୍ତି । ଆରଡ଼ିସ ତଦନ୍ତ ବଦଳରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି।
ସେହିଭଳି ଜାତୀୟ ମାନବିକ ଅଧିକାର ଆୟୋଗର କୋର କମିଟି ସଦସ୍ୟ ତଥା ଏଚଆରଏଫଆଇର ଅଧ୍ୟକ୍ଷ ମନୋଜ ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ ଏହି ଘଟଣା ଏକ ଚିନ୍ତାର ବିଷୟ ବୋଲି କହିଥିଲେ।  ତିନି ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ତେଣୁ ରାଜ୍ୟ  ଓ ଜିଲା ପ୍ରଶାସନ ଏଥିପାଇଁ ସଂପୂର୍ଣ୍ଣ ଦାୟି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲା ଓ ବ୍ଳକ ପ୍ରଶାସନଙ୍କ ଅବହେଳା ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପ୍ରତିନିଧିମାନେ ସୂଚନା ଦେଇଛନ୍ତି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories