www.samajalive.in
Wednesday, December 10, 2025
23.1 C
Bhubaneswar

ପ୍ରକୃତିର ସଂରକ୍ଷଣ ଓ ସୁର୍ଯ୍ୟ ଉପାସନାର ପବିତ୍ର ପର୍ବ ହେଉଛି ଛଟ ପୂଜା : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ବିଭିନ୍ନ ସ୍ଥାନରେ ଛଟ ପୁଜାରେ ସାମିଲ ହୋଇଛନ୍ତି। ଛଟ ପୁକାର ଶୁଭେଚ୍ଛା ଜଣାଇବା ସହିତ ସୁର୍ଯ୍ୟ ଦେବତାଙ୍କ ପୂଜା ଶ୍ରୀ ପ୍ରଧାନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜନତାଙ୍କର ଆସ୍ଥାର ପବିତ୍ର ପର୍ବ ହେଉଛି ଛଟ ପୂଜା। ଐତିହାସିକ ସମ୍ବଲପୁରର ବିଭିନ୍ନ ଅଞ୍ଚଳର ଛଟ ପୁଜାରେ ସାମିଲ ହେବା ମୋର ସୌଭାଗ୍ୟ ଅଟେ। ଏହି ପୂଜା ଆମର ଭାରତୀୟ ସଂସ୍କୃତିର ଅନନ୍ୟ ପରମ୍ପରା। ପ୍ରକୃତି ସଂରକ୍ଷଣ ଓ ସର୍ଯ୍ୟ ଉପାସନାର ମହାନ ପର୍ବକୁ ନାଗରିକ ମାନେ ଉତ୍ସାହର ସହିତ ପାଳନ କରନ୍ତି। ଆମର ପର୍ବ ଗୁଡିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାର ମହତ ବାର୍ତ୍ତା ଦେଉଛି।

ଏହି ବିଚାରରେ ଆମେ ସମସ୍ତେ ସରକାରୀ ବ୍ୟବସ୍ଥା ବ୍ୟତିତ ସମାଜର ସହଯୋଗରେ ସମ୍ବଲପୁରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ସମ୍ବଲପୁର ଅଞ୍ଚଳର ସଂସ୍କୃତି ଅନନ୍ୟ। ଏଠାରେ ତ୍ୟାଗ, ସଂଘର୍ଷ ଓ ଉତ୍କଣ୍ଠାର ମନୋବୃତ୍ତି ସାମାଜିକ ଜୀବନରେ ପ୍ରତିଫଳିତ ହୋଇଛି। ମାଁ ସମଲେଶ୍ୱରୀଙ୍କ ଭୂମି ସମ୍ବଲପୁରରେ ବିଭିନ୍ନ ଅଞ୍ଚଳର ଲୋକ ମାନେ ବସବାସ କରୁଥିବାରୁ ସମ୍ବଲପୁରର ବିଶେଷତା ରହିଛି। ସମାଜରେ ଭାଇଚାରା ବଢ଼ୁ, ଏହା ମହାପ୍ରଭୁ, ମାଁ ସମଲେଶ୍ୱରୀ, ଛଟି ମାଁ ଙ୍କ ପାଖରେ କାମନା କରୁଛି ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories