www.samajalive.in
Wednesday, December 10, 2025
23.1 C
Bhubaneswar

ରାସ୍ତା ସଂପ୍ରସାରଣ ଭିତ୍ତି ପ୍ରସ୍ତର ଫଳକକୁ ଭାଙ୍ଗି ନର୍ଦମାରେ ଫୋପାଡି ଦେଲେ ଦୁର୍ବୁତ୍ତ

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ପ୍ରଶସ୍ତିକରଣ ପାଇଁ କଖଡି ହାଇସ୍କୁଲ ଛକରେ ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ଏକ ଶିଳାନ୍ୟାସ ଫଳକ ସ୍ଥାପନ କରାଯାଇଥିଲା। ଏହାକୁ ତତ୍କାଳନୀନ ମନ୍ତ୍ରୀ ତଥା ବର୍ତ୍ତମାନ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସ୍ଥାନୀୟ ଘଣ୍ଟିଖାଲ, କଖଡି, ଧୁରୁଷିଆ, ଅନନ୍ତପୁର,ମଞ୍ଚେଶ୍ୱର ଆଦି ପଞ୍ଚାୟତର ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ହେଲେ ଏହି ଫଳକକୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ବାଡେଇ ଭାଙ୍ଗିଦେବା ସହ ଫଳକକୁ ନର୍ଦମା ପାଣି ଭିତରେ ଫୋପାଡି ଦେଇଛନ୍ତି।

ଏହାକୁ ନେଇ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ଅସନ୍ତୋଷବ୍ୟକ୍ତ କରାଯାଇଛି। ପଞ୍ଚାୟତ ବିଜେଡି ସଭାପତି ରଞ୍ଜନ କୁମାର ମୁଦୁଲି,ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ଏହକୁ ତୀବ୍ର ଭାବେ ନିନ୍ଦା କରିବା ସହିତ ଗଣତାନ୍ତ୍ରିକ ପକ୍ରିୟାରେ ଏଭଳି ବିଚାରଧାର ସ୍ପୃହଣୀୟ ନୁହେଁ। ଏମାନଙ୍କୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ ବୋଲି କହିଥିଲେ। ପ୍ରକାଶଯୋଗ୍ୟ ଏହି ଫଳକଟି ଗତ ଦେଢବର୍ଷ ତଳେ ସ୍ଥାପିତ ହୋଇଥିଲା। ନୂଆପାଟଣା ଠାରୁ ଆଠଗଡ଼ ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ପାଇଁ ପ୍ରାୟ ୪୨କୋଟି ଟଙ୍କା ଅଟକଳ ଓ ରାସ୍ତାର ସୂଚନା ଆଦି ଉଲ୍ଲେଖ ଥିବା ବେଳେ ଉଦଘାଟନ କରିଥିବା ଅତିଥିମାନଙ୍କ ମଧ୍ୟ ନାମ ରହିଥିଲା।

- Advertisement -

 

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories