www.samajalive.in
Saturday, December 13, 2025
27.1 C
Bhubaneswar

ଆତଙ୍କବାଦ ଏବେ ସୀମାହୀନ ଓ ଅଦୃଶ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳ ଦରକାର – ଅମିତ ଶାହା

ଡେସ୍କ: ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଆତଙ୍କବାଦ ନିରୋଧୀ ସମ୍ମିଳନୀ ୨୦୨୪ରେ ସୀମାହୀନ ଏବଂ ଅଦୃଶ୍ୟ ଆତଙ୍କବାଦର ବଢୁଥିବା ବିପଦ ପ୍ରତି ସତର୍କ କରାଇ ଦେଇଛନ୍ତି ଏବଂ ଏହି ବିପଦର ପ୍ରଭାବଶାଳୀ ମୁକାବିଲା ପାଇଁ ଉନ୍ନତ ଜ୍ଞାନକୌଶଳର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପକ୍ଷରୁ ଏହି ଦୁଇ ଦିନିଆ ଆତଙ୍କବାଦ ନିରୋଧୀ ସମ୍ମିଳନୀ-୨୦୨୪ ଆୟୋଜିତ ହେଉଛି।

‘ଆତଙ୍କବାଦ ନିରୋଧୀ ସମ୍ମିଳନୀ-୨୦୨୪’ର ଉଦଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଏବଂ ସେମାନଙ୍କ ଷଡ଼ଯନ୍ତ୍ର ଆମ ବିରୋଧରେ ସୀମାହୀନ ଓ ଅଦୃଶ୍ୟ ଢଙ୍ଗରେ ରହିଛି। ଯଦି ଆମକୁ ଏହାର ସଠିକ ମୁକାବିଲା କରିବାକୁ ହେବ, ତେବେ ଆମର ଯୁବ ଅଧିକାରୀମାନଙ୍କୁ ସର୍ବୋଚ୍ଚ ଜ୍ଞାନକୌଶଳରେ ସଜ୍ଜିତ ହେବାକୁ ପଡ଼ିବ, ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ପଡ଼ିବ। ଆଗାମୀ ଦିନରେ ଆମେ ଏହାକୁ ପ୍ରଶିକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରାଯିବ ବୋଲି କହିଛନ୍ତି।

- Advertisement -


ଶ୍ରୀ ଶାହା କହିଛନ୍ତି ଯେ ଆତଙ୍କବାଦର ମୁକାବିଲା ପାଇଁ ଗୃହ ମନ୍ତ୍ରଣାଳୟ ଏହାର ସକ୍ରିୟ ଆଭିମୁଖ୍ୟରେ ପରବର୍ତ୍ତୀ ପଦକ୍ଷେପ ନେଉଛି ଏବଂ ଏକ ଜାତୀୟ ଆତଙ୍କବାଦ ବିରୋଧୀ ନୀତି ଏବଂ ରଣନୀତି ପ୍ରସ୍ତୁତ କରିବ।

ଆଭ୍ୟନ୍ତରୀଣ ନିରାପତ୍ତା କ୍ଷେତ୍ରରେ ଭାରତ ଯେଉଁ ଅଗ୍ରଗତି କରିଛି ଏବଂ ଆତଙ୍କବାଦକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିବା ପାଇଁ ଏବେ ଏକ ସୁଦୃଢ଼ ଇକୋସିଷ୍ଟମ୍ ରହିଛି ବୋଲି ସେ କହିଛନ୍ତି। ଭାରତର ନିରାପତ୍ତା ବଜାୟ ରଖିବା ଏବଂ ଏହାର ସୀମାକୁ ରକ୍ଷା କରିବା ପାଇଁ ସେବାରେ ନିଜ ଜୀବନ ବଳିଦାନ ଦେଇଥିବା ୩୬ ହଜାରରୁ ଅଧିକ ପୁଲିସ ଅଧିକାରୀଙ୍କୁ ଶ୍ରୀ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଆତଙ୍କବାଦ ନିରୋଧୀ ସମ୍ମିଳନୀ-୨୦୨୪ରେ ଆତଙ୍କବାଦ ବିରୋଧରେ ଲଢ଼େଇରେ ପ୍ରମୁଖ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମ୍ମିଳନୀର ଉଦ୍ଦେଶ୍ୟ ଦର୍ଶାଯାଇଛି: ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟ ମାଧ୍ୟମରେ ସହଯୋଗକୁ ସୁଗମ କରିବା ଏବଂ ଭବିଷ୍ୟତନୀତି ପ୍ରସ୍ତୁତି ପାଇଁ ବୁଝାମଣା ସୃଷ୍ଟି କରିବା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories