www.samajalive.in
Sunday, December 7, 2025
23.1 C
Bhubaneswar

ଅନ୍ତର୍ଜାତୀୟ ସମ୍ମିଳନୀରେ ସନ୍ଦର୍ଭ ପାଠ ଉପସ୍ଥାପନ କଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକ ଓ଼ ଗଣ ଯୋଗାଯୋଗ ବିଭାଗର ୬ ଜଣିଆ ଦଳ ଭିଏତନାମର ହୋଚିମିନ୍ ସହର ଠାରେ ସାମାଜିକ ବିଜ୍ଞାନ ଏବଂ ମାନବିକତା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଦି ଏସିୟାନ କଂଗ୍ରେସ ଫୋର ମିଡ଼ିଆ ଏଣ୍ଡ କମ୍ୟୁନିକେସ ଅନ୍ତଜାତୀୟ ସମ୍ମିଳନୀରେ ଭାଗ ନେଇଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିନିଧି ଦଳରେ ବିଭାଗର ଆସୋସିଏଟ୍ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡା ଓ ପିଏଚଡି  ଶ୍ରେୟା ବାନାର୍ଜୀ ଯୋଗ ଦେଇ ମହିଳା ସଶକ୍ତିକରଣ, ଦକ୍ଷତା ଓ଼ କର୍ମ ନିଯୁକ୍ତି, ବିଭାଗୀୟ ମୁଖ୍ୟ ବନ୍ଦିତା ପଣ୍ଡା,  ପିଏଚଡି ଛାତ୍ରୀ ଦୀପିକା ମଣ୍ଡଳ ଓଭର ଡ଼ି ଟପ, ବିଭାଗୀୟ ମୁଖ୍ୟ ଡ଼ ପଣ୍ଡା ଏବଂ ପିଜି ଛାତ୍ରୀ ସୁଶ୍ମୀ ମିଶ୍ର ରାମାୟଣ ଏବଂ ଆଦିପୁରୁଷଙ୍କ ଭାରତୀୟ ଚଳଚିତ୍ର ଉପସ୍ଥାପନ କରିଥିଲେ। ସେହିପରି  ଆସିଷ୍ଟାଣ୍ଟ ପ୍ରଫେସର ଡ. ନେହା ପାଣ୍ଡେ ରାଜନୈତିକ ବ୍ୟଙ୍ଗ ଓ ଡ. ଚିନୁ ବହିଦାର ଡିଜିଟାଲ ମିଡ଼ିଆ ଉପରେ ନିଜ ନିଜ ସନ୍ଧର୍ଭ ପାଠ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ଦ୍ୱିବାର୍ଷିକ ସମ୍ମିଳନୀର ୧୮ ତମ ସଂସ୍କରଣ ଅକ୍ଟୋବର ୩୧ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ “ମାଧ୍ୟମର ନିର୍ମାଣ ଶୈଳୀ ଓ ସୃଜନଶୀଳ ମାଧ୍ୟମ” ବିଷୟବସ୍ତୁ ଉପରେ ଅନୁଷ୍ଠିତ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories