www.samajalive.in
Monday, December 8, 2025
20.1 C
Bhubaneswar

ବ୍ଲକସ୍ତରୀୟ ସାମାଜିକ ଲିଙ୍ଗ ଭିତ୍ତିକ ସମତା ତାଲିମ

 ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଆଜି ଠାରୁ ସାମାଜିକ ଲିଙ୍ଗ ଭିତ୍ତିକ ସମତା ବିଷୟରେ ତିନି ଦିନ ବ୍ୟାପି କନିଷ୍ଠ ଓ ବରିଷ୍ଠ ଉଭୟ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରେ ଦେଖା ଯାଉଥିବା ଲିଙ୍ଗଭିତ୍ତିକ ଅସମତାକୁ ଦୂର କରିବା ସହିତ ଏହି ବିଷୟକୁ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମରେ କିପରି ସମାୟୋଜନ କରାଯାଇ ପାରିବ ସେ  ବିଷୟରେ ପ୍ରଶିକ୍ଷଣ କରାଯାଇଥିଲା।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଥିଲା। ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ରେଙ୍ଗାଲି  ମହେନ୍ଦ୍ର କୁମାର ବାଘ  କାର୍ଯ୍ୟକ୍ରମକୁ ଉଦ୍ଘାଟନ  କରି  ପ୍ରଶିକ୍ଷଣ ରେ ସମସ୍ତଙ୍କୁ ସହଯୋଗ କରିବା ଏବଂ ଏହି ବିଷୟକୁ କିପରି ପାଠ୍ୟକ୍ରମରେ ବ୍ୟବହାର କରିବେ ତାହା ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ପ୍ରଥମ ଦିନ ସଭାରେ ବ୍ରେକ୍ ଥ୍ରୁ ର ଆଞ୍ଚଳିକ ସମନ୍ଵୟକାରି  ନରେନ୍ କୁମାର ବାରିକ୍  ଯୋଗ ଦେଇଥିଲେ ।
ଅନୁଭବି ଶିକ୍ଷକ  ପୁରୁଷତ୍ତମ  ପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ କଳ୍ପନା ସାହୁ , ସବିତା ପାଣ୍ଡେ ଓ ପର୍ଶୁରାମ ନାଥ ପ୍ରମୁଖ ୪ ଜଣ ଶିକ୍ଷକ ପ୍ରଶିକ୍ଷକ ଭାବରେ ଯୋଗଦାନ କରିଥିଲେ।  ବ୍ଲକର ୫୪ ଜଣ ଶିକ୍ଷକ ଶି୍ଷୟିତ୍ରୀ ଏଠାରେ ଭାଗନେଇ ତାଲିମ ଗ୍ରହଣ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories