ପାଟଣା: ସମ୍ପ୍ରତି ଦେଶରେ ନୂତନ ଭାବେ ଗତ ଜୁଲାଇ ୧ରୁ ଭାରତୀୟ ନ୍ୟାୟ ସଂହିତା ପ୍ରଣୟନ କରାଯାଇଛି। ଏହି ଆଇନରେ ପ୍ରଣୀତ ଧାରା ଅନୁସାରେ ପୁଲିସ କାର୍ଯ୍ୟ କରୁଛି। ନୂଆ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ସାମାନ୍ୟ ଧାରଣା ଦେବାପାଇଁ ଆଜି ପୁଲିସ ପକ୍ଷରୁ ପାଟଣା ଥାନାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିରୁ ୭୦ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ। ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି, ଥାନା ଏଏସଆଇ ଗୌରହରି ଗରଡ଼ିଆ, ନୂଆସ ଲୁଗୁନଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ମାନେ ସାମିଲ ଥିଲେ। ବୈଠକରେ ଉପସ୍ଥିତ ମହିଳା ମାନଙ୍କୁ ନୂଆ ବିଏନଏସ ବା ଭାରତୀୟ ନ୍ୟାୟ ସଂହିତା ଉପରେ ସମ୍ୟକ ଧାରଣା ପ୍ରଦାନ କରାଯାଇଥିଲା।
Popular Categories



