www.samajalive.in
Monday, December 8, 2025
27.1 C
Bhubaneswar

ସମାଜ ପ୍ରଭାବ – ଆଖଣ୍ଡଳମଣି ମନ୍ଦିର ଚୂଡା ତ୍ରିଶୂଳର ଯାଞ୍ଚ କଲା ପ୍ରତ୍ନତତ୍ତ୍ବ ବିଭାଗ

ଆରଡି: ରାଜ୍ୟର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରଚୂଡାରେ ଥିବା ତ୍ରିଶୂଳ ବାଙ୍କି ଯାଇ ଅଳାଁରେ ଫାଟ ଦେଖା ଦେବା ଘଟଣା ନେଇ ଗତ ୪ତାରିଖ ଦୈନିକ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ପ୍ରତ୍ନତତ୍ତ୍ବ ବିଭାଗର ୨ଜଣ ଅଧିକାରୀ ଗୁରୁବାର ଆରଡିପୀଠରେ ପହଁଚି ମନ୍ଦିର ପ୍ରଶାସନ ସହ ମନ୍ଦିର ଚୂଡାର ଯାଞ୍ଚ କରିଥିଲେ। ଏଥିସହ ଅଳାଁର ସୃଷ୍ଟି ହୋଇଥିବା ଫାଟ ଓ ବଙ୍କି ଯାଇଥିବା ତ୍ରିଶୂଳର ସମସ୍ତ ଭାଗ ଟିକିନିକି କରି ଦେଖିଥିଲେ। ଅଧିକାରୀମାନେ ଯାଞ୍ଚ ସମୟରେ ଦେଖିବାକୁ ପାଇଥିଲେ କି ତ୍ରିଶୂଳଟି ଢଳି ପଡିବା ସହ ମଧ୍ୟଭାଗରେ ଏକ ବଡ ଫାଟ ସୃଷ୍ଟି ହୋଇଛି। ଏହା କେଉଁ ସମୟରେ ଭାଙ୍ଗିଯିବାର ଆଶଙ୍କା ରହିଛି। ତାହା ସହ ତ୍ରିଶୂଳ ମନ୍ଦିରରେ କେବେ ଲାଗିଛି ଓ କେଉଁ ଧାତୁରେ ନିର୍ମିତ ତାହା ବୈଷୟିକ ଟିମ୍ ଦ୍ବାରା ଯାଞ୍ଚ କରାଯାଇ ମରାମତି କରାଯିବ ବୋଲି କହିଥିଲେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଜ୍ଞାନେନ୍ଦ୍ର ପ୍ରସାଦ ବାରିକ। ସବୁଠାରୁ ବଡକଥା ମନ୍ଦିର ଓ ଦଧିନଉତିର ସୁରକ୍ଷା ପାଇଁ ଲାଗି ଥିବା ଆର୍ଥିଂ ଦୃବଳ ହେବା ଦ୍ବାରା ଝଡବର୍ଷା ଓ ବଜ୍ରପାତ ଦ୍ବାରା ଏପରି ଘଟିଥିବା କହିଥିଲେ ଅଧିକାରୀମାନେ। ପରେ ମନ୍ଦିରର ଗୁମୁଟ ଓ ଅଳାଁରେ ଦେଖାଦେଇଥିବା ଫାଟ ଓ ମନ୍ଦିରରେ ଉଠିଥିବା ବର ଅଶ୍ବତ୍ଥ ଗଛ ଦେଖିଥିଲେ। ଏହାର ଖୁବଶିଘ୍ର ମରାମତି ପାଇଁ ସୁପରିଟେଣ୍ଡେଣ୍ଟ ଅଶ୍ବନି ଶତପଥିଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ ମନ୍ଦିର ପ୍ରଶାସନିକ ଅଧିକାରୀ

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories