www.samajalive.in
Saturday, December 6, 2025
17.1 C
Bhubaneswar

ଡାକ୍ତରଖାନା ଫାଟକରେ ତାଲା, ଧାରଣାରେ ଆଶାକର୍ମୀ

ସମାଜ ଡିଜିଟାଲ ଡେସ୍କ: ମେଡିକାଲରେ ପଡ଼ିଲା ତାଲା। ନିୟମିତ ଦରମା, ଚାକିରି ସର୍ତ୍ତାବଳୀର ପରିବର୍ତ୍ତନ ଓ କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଭାର ନେଇ କଟକ ମହାନଗର ନିଗମ ଅନ୍ତର୍ଗତ ୫୯ ୱାର୍ଡ ବମ୍ଫକୁଦସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ କାର୍ଯ୍ୟରତ ଆଶାକର୍ମୀ। ଦୀର୍ଘ ଦିନ ହେବ ବିନା ଦରମାରେ କାର୍ଯ୍ୟ କରିବା ସହିତ ବେସରକାରୀ ସଂସ୍ଥା ଅଧୀନରେ ନ ରହି ଚାକିରିର ସର୍ତ୍ତାବଳୀକୁ ବଦଳାଇ ସରକାରୀକରଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ଦୀର୍ଘ ୮ ବର୍ଷ ଧରି ଏହିପରି ଅନେକ ଥର ଧାରଣାରେ ବସିଲେ ସୁଦ୍ଧା ସରକାର ସେମାନଙ୍କ କଥା ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଧାରଣାରତ ଆଶାକର୍ମୀମାନେ କ୍ଷୋଭ ପ୍ରକାଶ କରିବା ସହ ମେଡିକାଲରେ ତାଲା ପକାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories