ଜିଓ ଇଲେକ୍ଟ୍ରିକ୍ ସାଇକେଲ, ଜାଣନ୍ତୁ କେତେ ସତ କେତେ ମିଛ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଜିଓ ଇଲେକ୍ଟ୍ରିକ୍ ସାଇକେଲକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ସାମାଜିକ ଗଣମାଧ୍ୟମରେ ଜିଓ ଇ-ସାଇକେଲର ଫିଚର୍, ଦାମ୍ ଆଦି ସମ୍ପର୍କରେ ତଥ୍ୟ ଭାଇରାଲ ହେଉଛି । ଏପରିକି କିଛି ଖବରରେ ଏହି ସାଇକେଲ ବଜାରକୁ ଆସିସାରିଥିବା ମଧ୍ୟ ଉଲ୍ଲେଖ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଇଲେକ୍ଟ୍ରିକ୍ ସାଇକେଲ ସମ୍ପର୍କରେ..
ଖବର ଅନୁସାରେ ରିଲାଏନ୍ସ ଜିଓ କମ୍ ଦାମରେ ଏକ ଇଲେକ୍ଟ୍ରିକ୍ ସାଇକେଲ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ତେବେ କମ୍ପାନୀ ଏ ସମ୍ପର୍କରେ କୌଣସି ସୂଚନା ଦେଇନି । କିନ୍ତୁ ସାମାଜିକ ଗଣମାଧ୍ୟମ ଖବର ଅନୁସାରେ ଏହାକୁ ୨୦୨୫ରେ ଲଞ୍ଚ୍ କରାଯିବ । ଏଥିରେ ଥରେ ଚାର୍ଜ କରି ୪୦୦ କିଲୋମିଟର ଯାତ୍ରା କରିହେବ । ଏହାର ପ୍ରାରମ୍ଭିକ ଦାମ୍ ୩୦ ହଜାର ଟଙ୍କା ହେବ ।
ତେବେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁସାରେ କମ୍ପାନୀ ତରଫରୁ ଏବେ ଏମିତି କୌଣସି ସାଇକେଲ ଆସିବା ଯୋଜନା ନାହିଁ । ଯଦି କମ୍ପାନୀ ଏଭଳି କୌଣସି ଯୋଜନା କରେ ତେବେ ମୋବାଇଲ କଂଗ୍ରେସକୁ ଏସମ୍ପର୍କରେ ସୂଚନା ସେୟାର କରିବ । ଅର୍ଥାତ୍ ଜିଓ ଇ-ସାଇକେଲ ସହ ଜଡିତ ଖବର ସମ୍ପୂର୍ଣ୍ଣ ଭୁଲ୍ ଏବଂ ମିଛ । ଲୋକମାନେ ସାମାଜିକ ଗଣମାଧ୍ୟମରେ ଅଲଗା ସାଇକେଲରେ ଜିଓର ଲୋଗୋ ଲଗାଇ ଏହାକୁ ଭାଇରାଲ କରିଛନ୍ତି ।
Comments are closed.