www.samajalive.in
Monday, December 15, 2025
24.1 C
Bhubaneswar

ଜିନ୍‌ପିଙ୍ଗ୍‌ଙ୍କ ରଣ ହୁଙ୍କାର

ବେଜିଂ : ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ପୁନର୍ବାର ରଣ ହୁଙ୍କାର ଦେଇଛନ୍ତି। ଦେଶର ସେନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ ଆହ୍ବାନ ଜଣାଇଛନ୍ତି। ଗୁଆଙ୍ଗଡନ୍‌ସ୍ଥିତ ସେନା ଘାଟି ପରିଦର୍ଶନ ସମୟରେ ସେଠାରେ ମୁତୟନ ପିଏଲଏ ଯବାନଙ୍କୁ ଉଦ୍‌ବୋଧନ ଦେବାବେଳେ ସେ ଦେଶ ପାଇଁ ସମ୍ପୂର୍ଣ୍ଣ ଅନୁଗତ ରହିବା ସହ ଶରୀର, ମନ ଓ ଶକ୍ତିକୁ ବଳିଦାନ ପାଇଁ ସମର୍ପିତ ରଖିବାକୁ ପରାମର୍ଶ ଦେଇଛନ୍ତି। ପିଏଲଏର ମେରାଇନ୍‌ କର୍ପସ୍‌କୁ ସେ ସମ୍ପୂର୍ଣ୍ଣ ଜାଗ୍ରତ ରହିବାକୁ ନିର୍ଦେଶ ଦେଇଛନ୍ତି। ସେନା ଘାଟି ପରିଦର୍ଶନ ସମୟରେ ଜିନ୍‌ପିଙ୍ଗ୍‌ ସେନାର ଯୁଦ୍ଧ ପ୍ରସ୍ତୁତି ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। ସୀମାନ୍ତରେ ନିର୍ମାଣାଧୀନ ସାମରିକ ଭିତ୍ତିଭୂମି କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଆଧୁନିକ ଯୁଦ୍ଧ ଶୈଳୀ ଅଭ୍ୟାସ କରିବାକୁ ଏବଂ ଲଢ଼େଇ କ୍ଷମତା ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହିତ ଯୁଦ୍ଧକ୍ଷେତ୍ରରେ ତ୍ବରିତ ପ୍ରତିକ୍ରିୟା ପାଇଁ ବହୁମୁଖୀ ଦକ୍ଷତା ସମ୍ପନ୍ନ ହେବାକୁ ସେ ସେନାକୁ କହିଛନ୍ତି। ଲଦାଖର ପୂର୍ବାଞ୍ଚଳରେ ଭାରତ ସହିତ ମାସାଧିକ କାଳ ଧରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ଜିନ୍‌ପିଙ୍ଗ୍‌ଙ୍କ ଏହି ଆହ୍ବାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ନିକଟ ଅତୀତରେ ମଧ୍ୟ ସେ ଏଭଳି ଆହ୍ବାନ ଜଣାଇଥିଲେ। ଏପରି ଆହ୍ବାନ ଭାରତ ଓ ଆମେରିକା ପ୍ରତି ଅଭିପ୍ରେତ କି ନୁହେଁ ତାହା ଅବଶ୍ୟ ସ୍ପଷ୍ଟ ହୋଇ ନାହିଁ; କାରଣ ଦକ୍ଷିଣ ଚୀନ ସାଗରରେ ଆମେରିକା ସହ ଚୀନ ମୁହାଁମୁହିଁ ସ୍ଥିତିରେ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories