www.samajalive.in
Monday, December 15, 2025
26.1 C
Bhubaneswar

ଜାତିସଂଘ ମାନବାଧିକାର ପରିଷଦକୁ ଚୀନ ନିର୍ବାଚିତ

ବେଜିଂ : ଜାତିସଂଘର ୪୭ସଦସ୍ୟ ବିଶିଷ୍ଟ ମାନବାଧିକାର ପରିଷଦ ସଦସ୍ୟ ଭାବେ ପୁନର୍ବାର ନିର୍ବାଚିତ ହୋଇଛି ଚୀନ। ମଙ୍ଗଳବାର ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦର ୭୫ତମ ଅଧିବେଶନରେ ଚୀନ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଚୀନ ପୂର୍ବରୁ ୨୦୦୬, ୨୦୦୯, ୨୦୧୩ ଓ ୨୦୧୬ରେ ପରିଷଦର ସଦସ୍ୟ ଥିଲା। ମଙ୍ଗଳବାର ପରିଷଦ ସଦସ୍ୟ ଭାବେ ରୁଷ, ପାକିସ୍ତାନ, ନେପାଳ, ଫ୍ରାନ୍ସ, ୟୁକ୍ରେନ୍‌, କ୍ୟୁବା, ଉଜ୍‌ବେକିସ୍ତାନ ଭଳି ମୋଟ ୧୫ ରାଷ୍ଟ୍ର ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଉ କେହି ଚୀନକୁ ପ୍ରଶଂସା କରୁ ଅବା ନ କରୁ ବେଜିଂ ନିଜ ଉପରେ ପ୍ରଶଂସା ଢ଼ାଳିଦେଇଛି। ଦେଶର ବୈଦେଶିକ ବିଭାଗ ମୁଖପାତ୍ର ହୁଆ ଚୁନିଂ କହିଛନ୍ତି ଯେ ଏହି ସଦସ୍ୟତା ସହିତ ଚୀନ ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରମାଣିତ ହୋଇଛି। ଚୀନକୁ ଏଥିପାଇଁ ସହାୟତା କରିଥିବା ରାଷ୍ଟ୍ରମାନଙ୍କୁ ଚୁନିଂ ବଧାଇ ଜଣାଇଛନ୍ତି। ଚୀନର ଜିନ୍‌ଜିଆଙ୍ଗ ପ୍ରଦେଶରେ ବସବାସ କରୁଥିବା ଉଇଗୁର ମୁସଲମାନ ଓ ତିବ୍‌ବତୀୟଙ୍କୁ ନିର୍ଯାତନା ନେଇ ଚୀନ ବିରୋଧରେ ବିଶ୍ବବ୍ୟାପୀ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗ ହୋଇଆସୁଛି।
ଅନ୍ୟପକ୍ଷରେ ଜାତିସଂଘ ମାନବାଧିକାର ଆୟୋଗର ସଦସ୍ୟ ଭାବେ ଚୀନ୍‌ ଓ ପାକିସ୍ତାନ ଭଳି ରାଷ୍ଟ୍ର ପୁନର୍ବାର ନିର୍ବାଚିତ ହେବାକୁ ନେଇ କଠୋର ସମାଲୋଚନା କରିଛି ଆମେରିକା। ଆମେରିକା ବୈଦେଶିକ ମନ୍ତ୍ରୀ ଏହାକୁ କଳାଦିନ ବୋଲି ଅଭିହିତ କରିବା ସହିତ ଚୀନ୍‌ ଓ ପାକିସ୍ତାନ ମାନବାଧିକାରର ଗୁରୁତର ଉଲ୍ଲଙ୍ଘନ କରୁଥିବା ଟ୍ରମ୍ଫ୍‌ ପ୍ରଶାସନ ଅଭିଯୋଗ କରିଛି। ତେବେ ଆମେରିକା ମାନବାଧିକାର ସୁରକ୍ଷା ଲାଗି ଏଭଳି ଅରାଜକ ତତ୍ତ୍ବଙ୍କ ବିରୋଧରେ ଲଢେଇ ଜାରି ରଖିଥିବା କହିଛି। ଅନୁରୂପ ଭାବେ ରୁଷ୍‌ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛି। ଏହାବ୍ୟତୀତ ବିଭିନ୍ନ ସଂଗଠନ ଗୁଡିକ ମଧ୍ୟ ଜାତିସଘ ମାନବାଧିକାର ଆୟୋଗର ନବ ନିର୍ବାଚିତ ସଦସ୍ୟ ହୋଇଥିବା ଚୀନ୍‌ ଓ ପାକିସ୍ତାନକୁ ଦୃଢ ବିରୋଧ କରିଛନ୍ତି। ବଲୁଚିସ୍ତାନ ମୁକ୍ତି ଆନ୍ଦୋଳନର ନେତାଙ୍କଠାରୁ ଚୀନ୍‌ର ଉଇଗର ସଂପ୍ରଦାୟ ସମେତ ଏକାଧିକ ଦକ୍ଷିଣପନ୍ଥୀ ନେତୃବର୍ଗ ଓ ସଂଗଠନ ମଧ୍ୟ ଏଭଳି ଆୟୋଗକୁ କଡା ସମାଲୋଚନା କରିଛନ୍ତି। ଜାତିସଂଘ ମାନବାଧିକାର ଆୟୋଗକୁ ଏଭଳି ସଦସ୍ୟ ରାଷ୍ଟ୍ର ନିର୍ବାଚିତ ହେବା ଏହାର ଗୁରୁତ୍ବ ଓ ଗୌରବକୁ ନଷ୍ଟ କରିଛି ବୋଲି ସେମାନେ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories