କର୍ଣ୍ଣାଟକରେ ଜିଗ୍ନେଶ ମେୱାନିଙ୍କ ନାମରେ ମାମଲା ରୁଜୁ

0

ବେଙ୍ଗାଲୁରୁ : ବିବାଦୀୟ ମନ୍ତବ୍ୟ ପାଇଁ ଗୁଜରାଟର ସ୍ୱାଧୀନ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାନିଙ୍କ ନାମରେ କର୍ଣ୍ଣାଟକରେ ମାମଲା ରୁଜୁ ହୋଇଛି । ଚିତ୍ରଦୁର୍ଗ ଜିଲା ବିଜେପି ସଭାପତି ଏହି ମାମଲା ଦାଏର କରିଛନ୍ତି । ଏନେଇ ବିଜେପି ପକ୍ଷରୁ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି । ମେୱାନି ଚିତ୍ରଦୁର୍ଗା ଯୁବକଙ୍କୁ କହିଥିଲେ ଯେ ଅପ୍ରେଲ ୧୫ରେ କର୍ଣ୍ଣାଟକରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଯାଇ ହୋହଲ୍ଲା କର ଓ ବିଘ୍ନ ସୃଷ୍ଟି କର । ରାଲିରେ ପଶି ଚେୟାର ଫୋପାଡ । ତାଙ୍କୁ ପଚାର ୨ କୋଟି ଚାକିରି କ’ଣ ହେଲା। ଯଦି ଚାକିରି ଦେଇପାରୁନ, ହିମାଳୟ ଯାଇ ଶୋଇପଡ଼। ପ୍ରକାଶ ଯେ କର୍ଣ୍ଣାଟକ ବିଧାନସଭାରେ ଦଳୀୟ ପ୍ରଚାର ପାଇଁ ଅପ୍ରେଲ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଯାଇ ଏକ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ମଇ ୧୨ରେ ନିର୍ବାଚନ ହେବ ଓ ୧୫ ମଇରେ ଭୋଟ ଗଣତି ହେବ ।

Leave A Reply