ପୁଲିସ୍‌ ଦ୍ୱାରା ଜିଗ୍ନେଶ ମେଭାନି ଅଟକ

0

ଜୟପୁର : ରାଜସ୍ଥାନ ପୁଲିସ୍‌ ରବିବାର ଗୁଜରାଟର ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେଭାନିଙ୍କୁ ଜୟପୁର ବିମାନ ବନ୍ଦରରୁ ନିଜ ହେପାଜତକୁ ନେଇ ଦୀର୍ଘ ସମୟ ଅଟକ ରଖିଥିଲା ବୋଲି ଅଭିଯୋଗ ହୋଇଛି । ଜିଗ୍ନେଶ ନାଗୌରରେ ଏକ ଦଳିତ ସଭାରେ ଉଦ୍‌ବୋଧନ ଦେବାକୁ ଯାଉଥିଲେ । କିନ୍ତୁ ପୁଲିସ୍‌ ତାଙ୍କୁ ବିମାନ ବନ୍ଦରରେ ଅଟକାଇ ନିଜ ହେପାଜତକୁ ନେଇଥିଲା । ଜିଗ୍ନେଶ କହିଛନ୍ତି ଯେ ବିନା କୌଣସି କାରଣରେ ମୋତେ ହେପାଜତକୁ ନିଆଯାଇଥିଲା ଓ ଦୀର୍ଘ ସମୟ ଅଟକ ରଖାଯାଇଥିଲା । ସେ ନାଗୌରଠାରେ ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକର ଏବଂ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଉଦ୍‌ବୋଧନ ଦେଇଥାନ୍ତି । ତାଙ୍କୁ ହେପାଜତକୁ ନେବା ପାଇଁ ଉପରୁ ନିର୍ଦେଶ ଆସିଥିଲା ବୋଲି ଡିସିପି ପ୍ରକାଶ କରିଥିଲେ ବୋଲି ସେ କହିଛନ୍ତି । ଏପରିକି ତାଙ୍କୁ ଗଣମାଧ୍ୟମ ସହ କଥା ହେବାକୁ ଦିଆଯାଇନଥିଲା । ଦୀର୍ଘ ସମୟ ଅଟକ ରଖାଯିବା ପରେ ତାଙ୍କୁ ଗୁଜରାଟ ଫେରଯିବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି।

Leave A Reply