କଂଗ୍ରେସରେ ମିଶିଲେ କର୍ଣ୍ଣାଟକର ୭ ବିଦ୍ରୋହୀ ଜେଡିଏସ୍‌ ବିଧାୟକ

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଜେଡିଏସ୍‌ (ଜନତା ଦଳ ସେକୁଲାର) ଦଳର ୭ ଜଣ ବିଧାୟକ କଂଗ୍ରେସରେ ଯୋଗଦେଇଛନ୍ତି। ଫଳରେ ରାଜ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ଜେଡିଏସ୍‌ ଦଳକୁ ଶକ୍ତ ଧକ୍କା ପହଞ୍ଚଛି। ମହୀଶୂରରେ ଉପସ୍ଥିତ ଏକ ଉତ୍ସବରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ରବିବାର ଏହି ବିଦ୍ରୋହୀ ବିଧାୟକମାନେ କଂଗ୍ରେସରେ ନିଜକୁ ସାମିଲ କରିଛନ୍ତି। ଏହି ବିଦ୍ରୋହୀ ବିଧାୟକମାନେ ହେଲେ ଜମୀର ଅହମ୍ମଦ ଖାଁ, ଛାଲୁଭାରାୟା ସ୍ୱାମୀ, ଇକ୍‌ବାଲ ଆନସାରୀ, ବାଲକ୍ରିଷ୍ଣନ, ରମେଶ ବନ୍ଦିସିଦେ୍ଧଗୌଡା, ଭୀମ ନାୟକ ଓ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି। ମାର୍ଚ୍ଚ ୨୩ରେ ରାଜ୍ୟସଭା ପାଇଁ ହୋଇଥିବା ନିର୍ବାଚନରେ ଏହି ବିଧାୟକମାନେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କ୍ରସ ଭୋଟିଂ କରିଥିଲେ। କଂଗ୍ରେସରେ ମିଶିବା ପୂର୍ବରୁ ଶନିବାର ଏହି ବିଧାୟକମାନେ ବିଧାନସଭାରୁ ଇସ୍ତଫା ଦେଇଥିଲେ। ଏମାନଙ୍କ ସହ ଜେଡିଏସ୍‌ର ପୂର୍ବତନ ବିଧାନ ପରିଷଦ ସଦସ୍ୟ ଏମ.ସି.ନାନାୟା, ଏସ.ଶ୍ରୀନିବାସ ଓ ବି.ରାମକୃଷ୍ଣ ମଧ୍ୟ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ବିଦ୍ରୋହୀ ଜେଡିଏସ୍‌ ବିଧାୟକ ଓ ସ୍ୱାଧୀନ ବିଧାୟକଙ୍କ ଭୋଟକୁ ଆଧାର କରି କଂଗ୍ରେସ କର୍ଣ୍ଣାଟକରେ ତୃତୀୟ ଆସନରେ ବିଜୟୀ ହୋଇପାରିଛି।

Leave A Reply