ଓଡ଼ିଶାର ଜାୱା ୟେଜଦି ମୋଟରସାଇକେଲର ସର୍ବବୃହତ ଡିଲରସିପ୍‌ ଉଦ୍‌ଘାଟିତ- ଜାୱା ୪୨ ଏଫ୍‌ଜେ ଏବଂ ବିଏସଏ ଗୋଲ୍ଡ ଷ୍ଟାର ଉନ୍ମୋଚିତ

ଭୁବନେଶ୍ୱର: ଭାରତର ‘ନିଓ-କ୍ଲାସିକ୍‌’ ମୋଟରସାଇକେଲ ବର୍ଗର ଅଗ୍ରଣୀ ଜାୱା ୟେଜଦି ମୋଟରସାଇକେଲ୍‌ ପକ୍ଷରୁ ଆଜି ଭୁବନେଶ୍ୱରରେ ୪୨ ଲାଇଫ୍‌’ ସିରିଜର ନୂତନ ୩୫୦ ଜାୱା ୪୨ ଏଫଜେର ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ବ୍ରାଣ୍ଡ୍‌ ଆଇକନିକ୍‌ ବିଏସ୍‌ଏ ଗୋଲ୍ଡ ଷ୍ଟାର ୬୫୦ର ଶୁଭାରମ୍ଭ କରିବା ସହ ଓଡ଼ିଶାର ସର୍ବବୃହତ ସୋ’ରୁମକୁ ଉଦଘାଟନ କରିଛି ।

ପାର୍ବଣ ଋତୁ ପାଳନକୁ ଦୃଷ୍ଟିରେ ରଖି ଏହି ବ୍ରାଣ୍ଡ୍‌ ଓଡ଼ିଶାରେ ଏହାର ସର୍ବବୃହତ୍‌ ସୋ’ରୁମକୁ ଉଦଘାଟନ କରିଛି । ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଲକ୍ଷିତା ଅଟୋମୋବାଇଲସ୍‌ ନାମକ ଏହି ନୂଆ ସୋ’ରୁମରେ ଜାୱା, ୟେଜଦି ଓ ବିଏସଏ ମୋଟରସାଇକେଲର ସମ୍ପୂର୍ଣ୍ଣ ରେଞ୍ଜ ଉପଲବ୍ଧ ହେବ । ଏଥି ସହିତ ଅତ୍ୟାଧୁନିକ ଡିଲରସିପ୍‌ରେ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନଙ୍କ ଦ୍ୱାରା ପରିଚାଳିତ ସର୍ଭିସ୍‌ ସେଂଟର ରହିଛି ଯାହା ଉତମ ଗ୍ରାହକ ସେବା ଏବଂ ବିକ୍ରୟ ପରବର୍ତୀ ସହାୟତା ସୁନିଶ୍ଚିତ କରିବ ।
ଏହାର ଦ୍ରୁତ ଆଂଚଳିକ ସମ୍ପ୍ରସାରଣ ଜାରି ରଖି ଜାୱା ୟେଜଦି ମୋଟରସାଇକେଲ୍‌ସ ଓଡ଼ିଶାରେ ଏହାର ଡିଲରସିପ୍‌ ନେଟୱାର୍କକୁ ୧୩ରୁ ୨୦ଟି ଆଉଟଲେଟ୍‌କୁ ବୃଦ୍ଧି କରିବ । ଏଥି ପାଇଁ ଖୁବ୍‌ଶୀଘ୍ର ଅତିରିକ୍ତ ୭ଟି ଟଚ୍‌ ପଏଂଟ୍‌ ଖୋଲିବାକୁ ଯାଉଛି । ଏହି ସମ୍ପ୍ରସାରଣ ସମଗ୍ର ରାଜ୍ୟରେ ଏହାର ବିକ୍ରି ଏବଂ ବିକ୍ରୟ ପରବର୍ତୀ ସେବା ପାଇଁ ଉପସ୍ଥିତି ବୃଦ୍ଧି କରିବା ବ୍ରାଣ୍ଡର ପ୍ରତିବଦ୍ଧତାକୁ ଦର୍ଶାଉଛି ।

କ୍ଲାସିକ୍‌ ଲିଜେଣ୍ଡସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସହ-ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “ବ୍ରିଟିଶ ଇଞ୍ଜିନିୟରିଂ ଉତ୍କର୍ଷତାର ପ୍ରତିନିଧିତ୍ୱ କରୁଥିବା ବିଏସ୍‌ଏ ଗୋଲ୍ଡ ଷ୍ଟାର ୬୫୦ ଏବଂ ଆକର୍ଷଣୀୟ ଜାୱା ୩୫୦- ୪୨ ଏଫ୍‌ଜେକୁ ଭୁବନେଶ୍ୱର ଆଣିବା ପାଇଁ ଆମେ ଉତ୍ସାହିତ । ୨୦୨୪ ଜାୱା ୪୨ ଏଫଜେ ଡିଜାଇନ-କେନ୍ଦ୍ରିତ ମୋଟରସାଇକେଲ ଇଞ୍ଜିନିୟରିଂ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ବେଳେ ଏହାର ମୂଲ୍ୟ, ଦମଦାର ପ୍ରଦର୍ଶନ, ଶକ୍ତି ଏବଂ ନିର୍ମାଣ ଶୈଳୀର ଆଧୁନିକତାର ସୀମାକୁ ଆଗକୁ ବଢ଼ାଉଛି । ଏହି ଶୁଭାରମ୍ଭ ସହିତ ଓଡ଼ିଶାରେ ଆମର ବୃହତମ ସୋ’ରୁମ ସର୍ବୋଚ୍ଚ ବିକ୍ରୟ ଏବଂ ସେବା ପ୍ରଦାନ ମାଧ୍ୟମରେ ପ୍ରିମିୟମ୍‌ ଗ୍ରାହକ ଅନୁଭୂତି ପ୍ରଦାନ କରିବାକୁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି ।”

ଭାରତରେ ‘ନିଓ-କ୍ଲାସିକ୍‌’ ମୋଟରସାଇକେଲ ବର୍ଗର ଅଗ୍ରଣୀ ଜାୱା ୟେଜଦି ମୋଟରସାଇକେଲ୍‌ ମଧ୍ୟ ଜାୱା “୪୨ ଲାଇଫ୍‌’ରେ ସଦ୍ୟତମ ଉତ୍ପାଦ ଭାବରେ ରାଜ୍ୟରେ ନୂତନ ୩୫୦ ଜାୱା ୪୨ ଏଫଜେ ଉନ୍ମୋଚନ କରିଛି । ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ଫ୍ରାଟ୍‌ସେକ୍‌ ଜାନେକ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଏହି ଉନ୍ମୋଚନ ଜାୱା ୪୨ ସିରିଜ୍‌ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା ପୂର୍ବରୁ ୪୨ ଏବଂ ୪୨ ବବର ଭଳି ମଡେଲ୍‌ରେ ରାଇଡରମାନଙ୍କୁ ଆକର୍ଷିତ କରିସାରିଛି ।
ଏହା ସହିତ କମ୍ପାନନି ଆଜି ଅନ୍ୟତମ ବଡ ମୋଟରସାଇକେଲ ବ୍ରାଣ୍ଡ-ବିଏସଏ ଶୁଭାରମ୍ଭ କରିଛି । ଏକଦା ବିଶ୍ୱର ସର୍ବବୃହତ ମୋଟରସାଇକେଲ ନିର୍ମାତା ତଥା ବ୍ରିଟିଶ ଶିଳ୍ପ ଐତିହ୍ୟର ସ୍ତମ୍ଭ ଥିବା ବର୍ମିଂହାମ ସ୍ମଲ୍‌ ଆର୍ମସ କମ୍ପାନି (ବିଏସଏ)ର ୧୮୬୧ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହାର ପ୍ରଶଂସକ ଗହଣରେ ଆଦୃତ ଲାଭ କରିଛି ।

Comments are closed.