www.samajalive.in
Monday, December 15, 2025
24.1 C
Bhubaneswar

ବଡ ଆତଙ୍କୀ ଯୋଜନା ପଣ୍ଡ: ୩୦୦କିଲୋ ଆରଡିଏକ୍ସ ଜବତ

ନୂଆଦିଲ୍ଲୀ: ଦେଶରେ ବଡ ଆତଙ୍କୀ ଷଡଯନ୍ତ୍ରକୁ ପଣ୍ଡ କରିଛି ଜମ୍ମୁକାଶ୍ମୀର ପୁଲିସ । ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କ ସୂଚନା ଆଧାରରେ ଜମ୍ମୁ କାଶ୍ମୀର ପୁଲିସ ହରିୟାଣାର ଫରିଦାବାଦ ଜିଲାରେ ଡାକ୍ତର ମୁଫାଜିଲ ଶକିଲଙ୍କ ଭଡା ଘରେ ଚଢାଉ କରି ଲକରରୁ ୩୦୦ କିଲୋ ବିସ୍ଫୋରକ ସାମଗ୍ରୀ ଆରଡିଏକ୍ସ ଏବଂ ଏକେ-୪୭ ସହ ଗୋଳାବାରୁଦ ଜବତ କରିଛି ।

ପୁଲିସ ପରିଦାବାଦରେ ପୁଲୱାମା ନିବାସୀ ଡାକ୍ତର ମୁଫାଜିଲ ଶକିଲଙ୍କୁ ଗିରଫ କରିଛି । ଅନ୍ୟ ଡାକ୍ତର ଫେରାର ହୋଇଛନ୍ତି । ପୂର୍ବରୁ ଜାମ୍ମୁ-କଶ୍ମୀର ପୁଲିସ ଅନନ୍ତନାଗର ବାସିନ୍ଦା ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କୁ ଗିରଫ କରିଥିଲା । ଯାହାଙ୍କ ସୂଚନା ଆଧାରରେ ଫରିଦାବାଦରେ ଚଢାଉ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ତିନି ଜଣ ଡାକ୍ତରଙ୍କର ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ ସହିତ ସମ୍ପର୍କ ରହିଛି ।

- Advertisement -

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories