ଫେସ୍‌ବୁକ୍‌ ପୋଷ୍ଟ ପାଇଁ ଜାମ୍ମୁ କାଶ୍ମୀର ଡାକ୍ତର ନିଲମ୍ବିତ

0

ଜାମ୍ମୁ : ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ସରକାର ବିରୋଧୀ ପୋଷ୍ଟ୍‌ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ଡାକ୍ତରଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି । ଏଭଳି ଏକ ଘଟଣା ଜାମ୍ମୁ କାଶ୍ମୀରରେ ଘଟିଛି ।

ସୂଚନା ଅନୁସାରେ ଜାମ୍ମୁ ସରକାରୀ ମେଡିକାଲ କଲେଜ (ଜିଏମ୍‌ସି)ର ରେଜିଷ୍ଟ୍ରାର ଅମିତ କୁମାର ଫେସ୍‌ବୁକ୍‌ରେ ସରକାରୀ ବିରୋଧୀ କେତେକ ପୋଷ୍ଟ କରିଥିଲେ । ସାମାଜିକ ଗଣମାଧ୍ୟମରେ ସରକାରୀ ଚାକିରିଆ ସରକାରୀ ବିରୋଧୀ ପୋଷ୍ଟ କରିପାରିବେ ନାହିଁ ବୋଲି ନିୟମ ରହିଛି। ଏହି ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଅମିତଙ୍କୁ ନିଲମ୍ବିତ କରାଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ ୩ ବର୍ଷ ହେବ ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ଥିଲେ ।

Leave A Reply