ଜିଏସଟି ଚଢ଼ାଉ, ଗାଡ଼ିରୁ ମିଳିଲା ୧୫ କେଜି ସୁନା

ଜଳେଶ୍ବର: ଜଳେଶ୍ବରରେ ଅଳଙ୍କାନ ନେଇ ଯାଉଥିବା ଏକ ଗାଡ଼ି ଉପରେ ସିଟି ଜିଏସଟିର ଚଢ଼ାଉ କରିଛି। ଅଳଙ୍କାର ଆଣିଥିବା ଗାଡ଼ିକୁ ଜଳେଶ୍ବର ଥାନା ପୁଲିସ ଅଟକ ରଖିଛି। ଗାଡ଼ିକୁ ଜଳେଶ୍ବର ଥାନାକୁ ପୁଲିସ ଛାନଭିନ କରୁଛି। ଗାଡ଼ିରେ ପ୍ରାୟ ୧୫କେଜି ସୁନା ଥିବା ସୂଚନା ମିଳିଛି। ତେବେ ପ୍ରକୃତରେ ଗାଡ଼ିରେ କେତେ ସୁନା ରହିଛି ତାହା ସ୍ପଷ୍ଟ ହୋଇନି।

Comments are closed.