ପାନୀୟ ଜଳ ସେବା କେନ୍ଦ୍ର ଉଦଘାଟିତ

ଚୌଦ୍ୱାର : ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ତୃଷାର୍ତ୍ତ ମାନଙ୍କୁ ଜଳସେବା ଯୋଗାଇ ଦେବାପାଇଁ ଚୌଦ୍ୱାର ପୌରପାଳିକା ତରଫରୁ ବିଭିନ୍ନ ଛକ ମାନଙ୍କରେ ପାନୀୟ ଜଳସେବା କେନ୍ଦ୍ର ମାନ ଖୋଲାଯାଉଛି । ଏହି ପରିପ୍ରେକ୍ଷୀରେ ବ୍ୟସ୍ତ ବହୁଳ ୫୫ନମ୍ବର ଜାତୀୟ ରାଜପଥର ପୌରପାଳିକା ୧୭ନଂ ୱାର୍ଡ ଅନ୍ତର୍ଗତ ଧୂମାବତୀ ଛକ ନିକଟରେ ଏକ ଜଳସେବା କେନ୍ଦ୍ର ବୁଧବାର ଖୋଲାଯାଇଛି। ଏହି କେନ୍ଦ୍ରକୁ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ନଗର ବିଜେଡି ସଭାପତି ବିଷ୍ନୁ ଚରଣ ପରିଡା, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପଂଚାନନ ନାୟକ,ୱାର୍ଡ କାଉନସିଲର ଆଶୁତୋଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ଓ ମା’ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠିର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥ ସ୍ୱାଇଁ, ପ୍ରଭାନନ୍ଦ ସାହୁ, ସୋନୁ ଲାହେରି,ପବିତ୍ର କୁମାର ବେହେରା,ବିଜୟ ନାୟକ,ଅମୁଲ୍ୟ ବେହେରା ଓ ସ୍ୱୟଁ ସହାୟକ ଗୋଷ୍ଠିର ସଭ୍ୟା ଝୁନି ଲାହେରୀ,ମାନିନୀ ମାଝୀ,ଗୀତାରଣୀ ବର୍ଦ୍ଧନ,ଶାନ୍ତିଲତା ସାମଲ,କଳ୍ପନା ବାରିକ ପ୍ରମୁଖ ସହଯୋଗ କରିଥିଲେ।

prayash

ଅନୁରୂପ ଭାବେ ୮ନମ୍ବର ୱାର୍ଡ଼ ଅନ୍ତର୍ଗତ ଓଟିଏମ୍ ଛକରେ ପ୍ରତିଷ୍ଠିତ ଜଳଦାନ କେନ୍ଦ୍ରକୁ ପୌରାଧ୍ୟକ୍ଷା ଉଦଘାଟନ କରିଥିଲେ। ସ୍ଥାନୀୟ କାଉନସିଲର ବିଜୟଲକ୍ଷ୍ମୀ ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, କାଉନସିଲର ଦିଲ୍ଲିପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

kalyan agarbati

Comments are closed.