ଜାକିର ନାଏକର ପ୍ରତ୍ୟର୍ପଣ ଦାବି କଲା ଭାରତ

0

ନୂଆଦିଲ୍ଲୀ : ବିବାଦୀୟ ଇସଲାମ ଧର୍ମପ୍ରଚାରକ ଜାକିର ନାଏକକୁ ପ୍ରତ୍ୟର୍ପଣ କରିବାକୁ ଭାରତ ପକ୍ଷରୁ ମାଲେସିଆ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଇତିମଧ୍ୟରେ ମାମଲା ସଂକ୍ରାନ୍ତ ସମସ୍ତ ଔପଚାରିକତା ପୂରଣ କରିବାପରେ ଏଭଳି ଦାବି କରାଯାଇଛି ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି। ଜ୍ୱାଳାମୁଖୀ ଭାଷଣ ଜରିଆରେ ଭାରତ ବିରୋଧୀ ଅଭିଯାନ ଚଳାଇଥିବା ଜାକିର ଗିରଫ ହେବା ଭୟରେ ଭାରତରୁ ପ୍ରଥମେ ବାଂଲାଦେଶ ଓ ପରବର୍ତ୍ତୀ ସମୟରେ ମାଲେସିଆ ପଳାଇଯାଇ ସେଠାରେ ଆଶ୍ରୟ ନେଇଥିଲା। ତେବେ ଭାରତ ପକ୍ଷରୁ ଆବେଦନ କରାଗଲେ, ସେମାନେ ଜାକିରକୁ ପ୍ରତ୍ୟର୍ପଣ କରିବେ ବୋଲି ମାଲେସିଆର ଉପ ପ୍ରଧାନମନ୍ତ୍ରୀ ଜାହିଦ ହମିଦି ପୂର୍ବରୁ ସୂଚନା ଦେଇସାରିଥିଲେ। ଏନଆଇଏ ପକ୍ଷରୁ ୨୦୧୭ ଅକ୍ଟୋବର ୨୬ରେ ଜାକିର ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇସାରିଛି।

Leave A Reply