ଆଇନ ପରିସରରେ ଲୋକଙ୍କ ସମସ୍ୟାର ସମାଧାନ ହିଁ ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ
ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି
ଯାଜପୁର : ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରା ଯୋଗୁ ପ୍ରତ୍ୟକ୍ଷ୍ୟ ଭାବେ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ତା ୧୮ା୪ା୨୦୨୨ ରିଖ ଠାରୁ ଏହା ଚାଲୁ ରହିବ। ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ଜିଲାପାଳ ଚକ୍ରୱରୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଚ୍ଥି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ। ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଶୁଣାଣିରେ ମୋଟ ୯୫ ଗୋଟି ଅଭିଯୋଗ ମଧ୍ୟରୁ ୫୮ ଗୋଟି ସାମୁହିକ, ୧୬ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୨୧ ଗୋଟି ଆବେଦନ ପତ୍ର ମିଳିଥିଲା। ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଞ୍ଜୀକୃତ ହୋଇଥିଲା । ଏହି ଅବସରରେ ୪୮ ଗୋଟି ଆବେଦନର ସମାଧାନ କରାଯାଇଥିଲା ।
ଏହି ଶିବିରରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲା ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ, ଯାଜପୁର ବିଡିଓ. ସୈାରଭ ଚକ୍ରର୍ବୀ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ସୂର୍ୟ୍ୟମଣି ପାଟଯୋଶୀ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ୟ୍ୟୋଧନ ମଲ୍ଳ୍ିକ, ଡେପୁଟୀ କଲେକ୍ଟର ଅସ୍ମିତା ଦାଶ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଜିଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି ଓ ଜିଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed.