ଧର୍ମଶାଳାରେ ବିଶ୍ୱ ମହିଳା ଦିବସ ପାଳନ

ଯାଜପୁର : ଧର୍ମଶାଳା ବ୍ଲକ ଅଧିନସ୍ଥ କଳ୍ପତରୁ ଦାସ ଷ୍ଟାଡିୟମ୍ ଜାରକା ଠାରେ ବିଜେଡି ତରଫରୁ ମହିଳା ଦିବସ ପାଳନ ହୋଇଯାଇଛି। ରେଣୁବାଳା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମସ୍ତ ଅତିଥିବୃନ୍ଦ ଯୋଗ ଦେଇ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ସଭା ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ପୂର୍ବତନ ସାସଂଦ ରୀତା ତରାଇ, ଜିଲା ମହାସଚିବ ପ୍ରିୟନାଥ ମହାପାତ୍ର, ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ଯୋଗଦେଇଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ମହିଳା ସାଧାରଣ ସମ୍ପାଦିକା ମମତା ଦପାଟ, ଜୋନ-୧୨ ଜିଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କା, ଜୋନ-୧୩ ସ୍ମୃତିରେଖା ବେହେରା, ଜୋନ- ୩୫ ଶଶୀରେଖା ପୃଷ୍ଟି ଯୋଗ ଦେଇଥିଲେ। ଉକ୍ତ ସଭାରେ ବ୍ଲକ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ। ସୁଜାତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.