www.samajalive.in
Monday, December 15, 2025
16.1 C
Bhubaneswar

ଆଙ୍ଗୁଠିରେ କ’ଣ ବୋଳୁଥିଲେ ଜାଡ଼େଜା?

ନାଗପୁର, : ଗୁରୁବାର ଅଷ୍ଟ୍ରେଲିଆ-ଭାରତ ପ୍ରଥମ ଟେଷ୍ଟମ୍ୟାଚ୍‌ର ପ୍ରଥମଦିନର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଏଥିରେ ଦେଖିବାକୁ ମିଳୁଛି ଯେ ମହମ୍ମଦ ସିରାଜ୍‌ଙ୍କ ହାତରୁ କିଛି ଦ୍ରବ୍ୟ ଆଣି ଜାଡ଼େଜା ତାଙ୍କର ସ୍ପିନିଂ (ବାମହାତର ବିଶି) ଆଙ୍ଗୁଠିରେ ବୋଳୁଥିଲେ। ଅଷ୍ଟ୍ରେଲିଆର ପିଟର ହ୍ୟାଣ୍ଡ୍‌ସକମ୍ବ୍‌ ଓ ଆଲେକ୍ସ କ୍ୟାରି କ୍ରିଜ୍‌ରେ ଥିବା ବେଳେ ଏହି ଘଟଣା ଘଟିଥିଲା। ଏହାକୁ ନେଇ ବହୁ ପୂର୍ବତନ ବିଦେଶୀ କ୍ରିକେଟର ପ୍ରଶ୍ନ ଉଠାଉଛନ୍ତି। ସିରାଜ୍‌ଙ୍କ ହାତରୁ କ’ଣ ଆଣି ଜାଡ଼େଜା ତାଙ୍କର ସ୍ପିନିଂ ଆଙ୍ଗୁଠିରେ ବୋଳୁଥିଲେ; ତାହାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ବୋଧହୁଏ ବଲ୍‌କୁ ଅଧିକ ସ୍ପିନ୍‌ କରିବା ଲାଗି ବଲ୍‌କୁ ସଠିକ୍‌ ଭାବେ ଧରିରଖିବା ଲାଗି ଜାଡ଼େଜା କିଛି ଅଠାଳିଆ ଦ୍ରବ୍ୟ ବୋଳୁଥିଲେ ବୋଲି କ୍ରିକେଟ୍‌ ବିଶେଷଜ୍ଞ ଅନୁମାନ କରିଛନ୍ତି। ଜାଡ଼େଜା ୫ଟି ୱିକେଟ ନେବାରୁ ୧୭୭ ରନ୍‌ରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌ ହୋଇଥିଲା।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories