www.samajalive.in
Tuesday, December 9, 2025
15.1 C
Bhubaneswar

ପୋଷକ ତତ୍ତ୍ବରେ ଭରପୂର ପଣସ

ପାଚିଲା ହେଉ କି କଞ୍ଚା ପଣସ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଏହା ସାଧାରଣତଃ ଖରା ଦିନେ ମିଳିଥାଏ। କଞ୍ଚା ପଣସକୁ ତରକାରୀ ଓ ବିଭିନ୍ନ ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରି ଆମେ ଖାଇଥାଉ। ଏହା ପାଟିକୁ ସୁସ୍ବାଦୁ ଲାଗିବା ସହ ଔଷଧ ପରି କାର୍ଯ୍ୟ କରିଥାଏ। ଏଥିରେ ଥିବା ବିଭିନ୍ନ ପୋଷକ ତତ୍ତ୍ବ ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ପଣସରେ ଭିଟାମିନ-ସି, ଏ, ଫାଇବର, କ୍ୟାଲସିୟମ, ଆଇରନ, ପୋଟାସିୟମ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଆସନ୍ତୁ ଜାଣିବା ପଣସ ଆମ ଶରୀର ପାଇଁ କିପରି ଲାଭଦାୟକ ..

ପଣସରେ ପୋଟାସିୟମ ଥିବାରୁ ତାହା ଆମକୁ ହୃଦଘାତ ଜନିତ ରୋଗ ଠାରୁ ଦୂରେଇ ରଖିଥାଏ।

- Advertisement -

ଏହାକୁ ଖାଇବା ଦ୍ବାରା ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ହୋଇଥାଏ। ଯାହାଦ୍ବାରା ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ନିମନ୍ତେ ମଧ୍ୟ ଉପକାରୀ ହୋଇଥାଏ।

ଏଥିରେ ଆଇରନ ଅଂଶ ଥିବାରୁ ଏନିମିଆ ପରି ରୋଗ ଠାରୁ ରକ୍ଷା କରିଥାଏ।

ଆଜମା ରୋଗୀମାନଙ୍କ ପାଇଁ ପଣସ ଔଷଧ ପରି କାର୍ଯ୍ୟ କରିଥାଏ। କଞ୍ଚା ପଣସକୁ କିଛି ସମୟ ପାଣିରେ ସିଝାଇ ଦିଅନ୍ତୁ। ତାପରେ ସେହି ପାଣିକୁ ପିଅନ୍ତୁ। ନିୟମିତ ଏପରି କରିବା ଦ୍ବାରା ଆଜମା ରୋଗରୁ ମୁକ୍ତି ମିଳିଥାଏ।

ପଣସରେ କାଲସିୟମ ଥିବାରୁ ତାହା ଶରୀରରେ ହାଡକୁ ମଜଭୂତ କରିଥାଏ।

ଏହାସହ ଭିଟାମିନ-ସି ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ପଣସ ଖାଇବା ଦ୍ବାରା ଶରୀରରେ ହରମୋନ ନିୟନ୍ତ୍ରିତ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories