www.samajalive.in
Monday, December 15, 2025
24.1 C
Bhubaneswar

ହାତୀଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ଓଡିଶା ପୁଲିସର ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ବଲାଙ୍ଗିର ବନ ବିଭାଗ ସହାୟତାରେ ଚଢଉ କରି ପ୍ରାୟ ୯ କିେଲା ଓଜନର ଏକ ହାତୀଦାନ୍ତ ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ତୁଷରା ଥାନା ନିମୁସିଂହ ଗ୍ରାମର ବିପୁଲ ବାଗଙ୍କୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି। ବଲାଙ୍ଗିର ଗୁଡଭେଲା ଅଞ୍ଚଳରେ ହାତୀଦାନ୍ତ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନା ମିଳିବା ପରେ ଏସଟିଏଫ ଦେଓଗାଁ ଆଞ୍ଚଳିକ ବନଖଣ୍ଡ ଅଧିକାରୀଙ୍କ ସହାୟତାରେ ଗୁଡଭେଲା ଅଞ୍ଚଳରେ ଚଢଉ କରାଯାଇଥିଲା।

ଚଢଉ ବେଳେ ବିପୁଲଙ୍କ ପାଖରୁ ଗୋଟିଏ ହାତୀ ଦାନ୍ତ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିଲା। ଜବତ ହାତୀ ଦାନ୍ତର ଓଜନ ପାଖାପାଖି ୯ କିଲୋଗ୍ରାମ ହୋଇଥିବା ବେଳେ ଲମ୍ୱ ୩୬.୫ ଇଞ୍ଜ ଓ ଗୋଳେଇ ୧ ଫୁଟ ବୋଲି ଜଣାପଡ଼ିଛି। ହାତୀଦାନ୍ତ କାରବାରରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ସୂଚନାେଯାଗ୍ୟ, ୨୦୨୦ ପରଠାରୁ ବନ୍ୟଜନ୍ତୁ ଅପରାଧୀ ଓ ଶିକାରୀଙ୍କ ବିେରାଧରେ ଏସଟିଏଫ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏଯାବତ ଏସଟିଏଫ ୨୧ଟି ଚିତାବାଘ ଚମଡା, ୧୨ଟି ହାତୀ ଦାନ୍ତ, ୨ଟି ହରିଣ ଚମଡା, ୮ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କିେଲାଗ୍ରାମ ବଜ୍ରକାପ୍ତା କାତି ଜବତ କରିଥିଲା ବେଳେ ଏସବୁ ଘଟଣାରେ ମୋଟ ୪୮ଜଣଙ୍କୁ ଗିରଫ କରିଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories