କଳିଙ୍ଗ ଷ୍ଟାଡିୟମ୍ ହେଉଛି ଏକ ସମ୍ଭାବନାର ଓଡ଼ିଶା
ରାଜ୍ୟସ୍ତରୀୟ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟ-୨୦୨୨ ଉଦ୍ଯାପିତ
ଭୁବନେଶ୍ୱର,:ଆଜି କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟର ଉଦ୍ଯାପନୀ ଉତ୍ସବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ କଳିଙ୍ଗ ଷ୍ଟାଡିୟମ୍ ହେଉଛି ଏକ ସମ୍ଭାବନାର ଓଡ଼ିଶା । କ୍ରୀଡ଼ା ଶରୀରର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିବା ସହିତ ମାନସିକ ଦକ୍ଷତାର ବିକାଶ କରିଥାଏ। ସେଥି ପାଇଁ କ୍ରୀଡ଼ାବିତ୍ମାନଙ୍କୁ ମସଲମ୍ୟାନ୍ କୁହାଯାଏ ବୋଲି ଶ୍ରୀ ବାଗ୍ଚୀ ମତବ୍ୟକ୍ତ କରି ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଶ୍ରୀ ବାଗ୍ଚୀ ୨୦୨୨ ବର୍ଷ ନିମନ୍ତେ ରାଉରକେଲାର ଜୋନ୍କୁ ଚମ୍ପିଅନ୍ ଟ୍ରଫି ଏବଂ କଟକ ଜୋନ୍କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ବିଭାଗୀୟ ନିର୍ଦ୍ଦେଶକ ଜି. ରଘୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଆର୍. ଭିନିଲ୍ କ୍ରିଷ୍ଣା, ଓର୍ମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ୍ ତାପସ କୁମାର, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଂଗରଣ ଗୋପାଳଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଏବଂ ପଲିଟେକ୍ନିକ୍ ଓ ଆଇଟିଆଇମାନଙ୍କର ଅଧ୍ୟାପକଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Comments are closed.