www.samajalive.in
Monday, December 8, 2025
14.1 C
Bhubaneswar

ମୁଣ୍ଡ କୁଣ୍ଡାଇ ହେଉଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ମୁଣ୍ଡ କୁଣ୍ଡାଇ ହେଲେ କୌଣସି କାମରେ ମନ ଲାଗି ନ ଥାଏ। ଖରା ଦିନେ ହେଉ କି ବର୍ଷା ଦିନ ହେଉ ସବୁ ଋତୁରେ ମୁଣ୍ଡ ଭିନ୍ନ ଭିନ୍ନ କାରଣରୁ କୁଣ୍ଡାଇ ହୋଇଥାଏ। ବେଳେବେଳେ ମୁଣ୍ଡରେ ଊକୁଣୀ ଥିବାରୁ କୁଣ୍ଡାଇ ହୁଏ। ଏହା ବ୍ୟତୀତ କେଶରେ ଧୂଳି ଓ ଅନେକ କାରଣରୁ ମୁଣ୍ଡ କୁଣ୍ଡାଇ ହୋଇଥାଏ। ବାରମ୍ବାର ମୁଣ୍ଡ କୁଣ୍ଡାଇ ହେବା ଦ୍ବାରା କେଶ ରୁକ୍ଷ ହୋଇଥାଏ। କେଶ ଝଡିବା ଓ ରୂପି ହେବାର ସମସ୍ୟା ମଧ୍ୟ ଦେଖା ଯାଇଥାଏ।

ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ରକ୍ଷା ପାଇପାରିବା ….

- Advertisement -

ମୁଣ୍ଡ କୁଣ୍ଡାଇ ହେବା ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ରହିଛି। ତାହାକୁ ବ୍ୟବହାର କଲେ କେଶର କୌଣସି କ୍ଷତି ହୋଇ ନ ଥାଏ।

ଲେମ୍ବୁ ଓ ମହୁ :

ଲେମ୍ବୁରେ ଆଣ୍ଟି-ବ୍ୟାକ୍ଟେରିୟଲ, ଆଣ୍ଟି-ଫଙ୍ଗଲ ଗୁଣ ରହିଛି। ତେଣୁ ମହୁରେ ଲେମ୍ବୁ ରସ ମିଶାନ୍ତୁ। ତାହାକୁ କେଶର ମୂଳରେ ମିଶ୍ରଣଟିକୁ ଭଲ ଭାବେ ମାଲିସ କରନ୍ତୁ। ତାପରେ ୧୫ମିନିଟ ପରେ ଥଣ୍ଡା ପାଣିରେ କେଶକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡ କୁଣ୍ଡାଇ ହେବା ସମସ୍ୟା ଓ ରୂପି ସମସ୍ୟା ଦୂର ହୋଇଥାଏ।

ଘିକୁଆଁରୀ :

ଘିକୁଆଁରୀର ଅନେକ ଔଷଧୀୟ ଗୁଣ ରହିଛି। ଘିକୁଆଁରୀର ବ୍ୟବହାର ଦ୍ବାରା କେଶ ସୁନ୍ଦର, ମଜଭୂତ ଓ ରୂପି ମୁକ୍ତ ରହିଥାଏ।। ଘିକୁଆଁରୀର ଜେଲକୁ କେଶର ମୂଳରେ କିଛି ସମୟ ମାଲିସ କରି ୧୫ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ କେଶକୁ ସାମ୍ପୁ କରି ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡ କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ।

ଟି ଟ୍ରି ତେଲ :

ଏହି ତେଲକୁ କେଶରେ ଲଗାଇବା ଦ୍ବାରା ତାହା ସୁନ୍ଦର ଓ ଘନ ହୋଇଥାଏ। ଏହା କେଶ ମୂଳକୁ ଶକ୍ତ କରିଥାଏ। ତେଣୁ ୨ଚାମଚ ଟି ଟ୍ରି ତେଲ ଓ ୧ଚାମଚ ଅଲିଭ ତେଲକୁ ମିଶାଇ ସେଥିରେ ତୂଳା ବୁଡାଇ ରଖନ୍ତୁ। ତାପରେ ସେହି ତୂଳା ସାହାର୍ଯ୍ୟରେ ମିଶ୍ରଣକୁ ଆଣି କେଶରେ ଲଗାନ୍ତୁ। ଏକ ମାସ ପର୍ଯ୍ୟନ୍ତ ଏପରି କରିବା ଦ୍ବାରା ମୁଣ୍ଡ କୁଣ୍ଡାଇ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ।

ସେଓର ସିରକା :

ଏହାକୁ କେଶରେ ଲଗାଇବା ଦ୍ବାରା ସେଠାରୁ ମଇଳା ସଫା କରିଥାଏ। ତେଣୁ ଏକ ଚତୁର୍ଥାଂଶ ସିରକାକୁ ତିନି ଚତୁର୍ଥାଂଶ ପାଣିରେ ପକାଇ ଦିଅନ୍ତୁ। ତାକୁ ପ୍ରତିଦିନ କେଶରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡ କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories