www.samajalive.in
Monday, December 15, 2025
24.1 C
Bhubaneswar

ଆଇଟି ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ – ମନ୍ତ୍ରୀ

ଭୁବନେଶ୍ୱର: ଆୟକର ଫାଇଲ କରିଥିଲେ ବି ରାସନ କାର୍ଡ କଟିବ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସର୍ବେକ୍ଷଣ କରାଯିବ। ଅଧିକାରୀମାନେ  ଘରକୁ ଘର ବୁଲି ସର୍ଭେ କରିବେ। ଯେଉଁମାନେ ଆୟକର ଦାଖଲ କରିଥିବେ ସେମାନଙ୍କ କାଗଜାତ ଯାଞ୍ଚ କରିବେ। ଗ୍ରାମାଞ୍ଚଳରେ ମାସିକ ୧୦ହଜାର ଆୟ  ଏବଂ ସହରାଞ୍ଚଳରେ ୧୫ହଜାର ଟଙ୍କା ଆୟ ଥିଲେ ରାସନ କାର୍ଡ କଟିବ। କିନ୍ତୁ ଏହାଠାରୁ ଆୟ କମ ରହିଥିଲେ ଆୟକର କଟିବ ନାହିଁ ବୋଲି ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ରାସନ କାର୍ଡ ଫେରାଇବାକୁ ନିଦେର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପୂର୍ବରୁ କହିଥିଲେ। ତେବେ ଆୟକର ଫାଇଲ କରିଥିଲେ ବି ଆୟକର କଟିବ ନାହିଁ ବୋଲି ଆଜି ସେ ପ୍ରକାଶ କରିଛନ୍ତି।

ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଫେରାଇବେ ନାହିଁ। ଯେଉଁମାନେ ୧୦/୧୨ ହଜାର ଦରମା ପାଉଛନ୍ତି ସେମାନେ ମଧ୍ୟ ରାସନ କାର୍ଡ ରଖିପାରିବେ ।  ସେହିପରି ଯେଉଁମାନେ ୩୦/୪୦ ହଜାର ଦରମା ପାଉଛନ୍ତି, ସେମାନେ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories