www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

ନୂଆଦିଲ୍ଲୀ : ଅନେକ ସମୟରେ ମୋବାଇଲ୍‌ରେ କଥା ହେବା ସମୟରେ ସଭିଏଁ ଏତେ ବ୍ୟସ୍ତ ଓ ଅନ୍ୟ ମନସ୍କ ହୋଇ ଯାନ୍ତି ଯେ, ଆଖପାଖରେ ଘଟୁଥିବା ଘଟଣା ଜଣାପଡିନଥାଏ । ଘର, ରାସ୍ତା କି ସର୍ବ ସାଧାରଣ ସ୍ଥାନରେ, ଗାଡି ଚଲାଇବା ସମୟରେ ମଧ୍ୟ ମୋବାଇଲ୍‌ରେ କଥା ହୋଇ ଦୁର୍ଘଟଣାର ଶିକାର ହୋଇ ଥାନ୍ତି । ଅନେକ ସମୟରେ ନିଜର ଅସାବଧାନତା କାରଣରୁ ବିପଦର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଭିଡିଓରେ ଦେଖିପାରିବେ, ଜଣେ ଯୁବକ କ୍ଷେତ ମଝିରେ ତିଆରି ହୋଇଥିବା ଏକ ଅସ୍ଥାୟୀ ଘର ଭିତରେ ବସି ନିଜ ପ୍ରେମିକାଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି । ସେହି ସମୟରେ ଏକ ବିଷଧର ସାପ ତାଙ୍କ ଉପରେ ହଠାତ୍‌ ଆକ୍ରମଣ କରି ଦଂଶନ କରିଛି।

- Advertisement -

ସାପଟି ହଠାତ୍‌ ଆସି ଯୁବକଙ୍କୁ ଦଂଶନ କରି ସେ ପିନ୍ଧିଥିବା ଟୋପିକୁ କାମୁଡି ଧରୁଛି । ସେହି ସମୟରେ ଯୁବକ ଜଣକ ପଛକୁ ଚାହିଁ ଦେଖିବା ମାତ୍ରେ ଭୟଭୀତ ହୋଇ ଚାହିଁ ରହୁଛନ୍ତି । ଲୋକେ ଭିଡିଓକୁ ଦେଖି ଭିନ୍ନ ଭିନ୍ନ ମତ ଦେଇ କହିଛନ୍ତି ଟୋପି ବଞ୍ଚାଇଦେଲା । ଖୁବ୍‌ ଭାଗ୍ୟବାନ୍‌,ଭଗବାନ ରକ୍ଷା କରି ଦେଲେ ।

ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories