www.samajalive.in
Saturday, December 6, 2025
14.1 C
Bhubaneswar

ଛେଳି ଚୋରି କରିବାକୁ ଆସି କୂଅରେ ପଡିଲା ଚୋର

କେନ୍ଦୁଝର: ଚୋରି କରିବାକୁ ଆସି ହଟହଟ୍ଟା ହେଲା ଚୋର। ଆଉ କୂଅରେ ପଡି ରାତି ସାରା ଛଟପଟ ହେଲା। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଝାଲିଆବେଡା ଗାଁରେ। ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଗାଁକୁ ଛେଳି ଚୋରି କରିବାକୁ ଆସିଥିଲେ। ହେଲେ ଛେଳି ଚୋରିବେ କଣ ନିଜେ ଏକ କୂଅରେ ପଡିଯାଇଛନ୍ତି। ପୁରା ରାତି କୂଅରେ ପଡି ଛଟପଟ ହୋଇଛି ଚୋରି। ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲେ। ତେବେ ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ହାଟବାଦଡା ଦେଓଗାଁର ଅରୁଣ ମହାନ୍ତ ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories