www.samajalive.in
Monday, December 8, 2025
16.1 C
Bhubaneswar

ଆସନ୍ତାକାଲି ଉଦଘାଟିତ ହେବ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆସନ୍ତାକାଲି  ଶନିବାର ଦିନ ଉଦଘାଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ତାଳକୋଟରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି)ର ଶୁଭ ଉଦ୍‍ଘାଟନ କରିବେ। ଆର୍ଥିକ ସମଷ୍ଟିଗତ ଲକ୍ଷ୍ୟ ତୁରନ୍ତ ହାସଲ କରିବା ଦିଗରେ ସାଧାରଣ ଲୋକମାନଙ୍କ ପାଇଁ ଏକ ବିଶ୍ୱସ୍ତ, ଶସ୍ତା ଓ ସହଜ ବ୍ୟାଙ୍କ ଭାବରେ ଆଇପିପିବି କାର୍ଯ୍ୟ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଡାକବିଭାଗର ବିଶାଳ ନେଟୱାର୍କକୁ ବିନିଯୋଗ କରାଯାଇ ଏହାର ଲାଭ ଉଠାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶର କୋଣଅନୁକୋଣରେ ଥିବା ଡାକଘର ଗୁଡ଼ିକରେ ୩ଲକ୍ଷ ପୋଷ୍ଟ ମ୍ୟାନ୍‍ ଓ ଗ୍ରାମୀଣ ଡାକସେବକଙ୍କ ଜରିଆରେ ଲୋକମାନଙ୍କୁ ଏହି ବ୍ୟାଙ୍କ ସେବା ଉପଲବ୍ଧ କରାଯିବ। ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲିଥିବା ଦେଶର ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାର ଲାଭ ଗୁଡ଼ିକୁ ପହଞ୍ଚାଇବା ପାଇଁ ଆଇପିପିବିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ ଖୁଣ୍ଟ ବୋଲି ବିବେଚନା କରାଯାଉଛି।

ଆସନ୍ତାକାଲି ଶୁଭ ଉଦ୍‍ଘାଟନ ପରେ ଏହାର ୬୫୦ଟି ଶାଖା ଏବଂ ୩ହଜାର ୨୫୦ଟି ଉପଶାଖା ସାରା ଦେଶରେ କାର୍ଯ୍ୟକାରୀ ହେବ। ଚଳିତବର୍ଷ ଡିସେମ୍ବର ମାସ ୩୧ତାରିଖ ସୁଦ୍ଧା ଆଇପିପିବି ବ୍ୟବସ୍ଥା ସହ ଦେଶର ଏକଲକ୍ଷ ୫୫ହଜାର ଡାକଘରକୁ ସଂଯୋଗ କରାଯିବ। ଏହି ବ୍ୟାଙ୍କ ଜମାଖାତା, କରେଣ୍ଟ ଆକାଉଣ୍ଟ ଏହି ବ୍ୟାଙ୍କ ଜମାଖାତା, କରେଣ୍ଟ ଆକାଉଣ୍ଟ ମନି ଟ୍ରାନ୍ସଫର ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ବିଲ୍‍ ଓ ୟୁଟିଲିଟି ଆଦି ଦେୟ କରିପାରିବ। ଏଥିସହିତ ବେପାର ବଣିଜ ପାଇଁ ଅର୍ଥ ଦେଣନେଣ ପ୍ରଦାନ ଦିଗରେ କାର୍ଯ୍ୟକରିବ ।

- Advertisement -

ପୂର୍ବରୁ ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ପ୍ରତିଷ୍ଠା ଲାଗି ସଂଶୋଧିତ ପ୍ରକଳ୍ପ ବ୍ୟୟ ଅଟକଳ ୮୦୦ କୋଟିରୁ ୧,୪୩୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ସଂଶୋଧିତ ବ୍ୟୟ ଅଟକଳ ବାବଦକୁ ଖର୍ଚ୍ଚ ହେବାକୁ ଥିବା ୬୩୫ କୋଟି ଟଙ୍କା ମଧ୍ୟରୁ ୪୦୦ କୋଟି ଟଙ୍କା ପ୍ରଯୁକ୍ତି ମୂଲ୍ୟ ଏବଂ ୨୩୫ କୋଟି ଟଙ୍କା ମାନବ ସମ୍ବଳ ବାବଦକୁ ବ୍ୟୟ କରାଯିବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories