www.samajalive.in
Sunday, December 14, 2025
23.1 C
Bhubaneswar

ପାକିସ୍ତାନରେ ନିଷିଦ୍ଧ ହେଲା ଆଇପିଏଲ୍‌ ପ୍ରସାରଣ

ଇସ୍‌ଲାମାବାଦ : ମଙ୍ଗଳବାର ପାକିସ୍ତାନ ସରକାର ତାଙ୍କ ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଟିଭି ପ୍ରସାରଣକୁ ନିଷିଦ୍ଧ କରିଛନ୍ତି। ଭାରତ ସଂଗଠିତ ଭାବେ ପାକିସ୍ତାନ କ୍ରିକେଟ୍‌ର କ୍ଷତି କରିବାକୁ ଚାହୁଁଛି ବୋଲି ପାକିସ୍ତାନ ସରକାର ଅଭିଯୋଗ କରି ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମତପ୍ରକାଶ ପାଇଥିଲା ଯେ ପାକିସ୍ତାନରେ ଆଇପିଏଲ୍‌ ଟିଭି ପ୍ରସାରଣକୁ ନିଷିଦ୍ଧ କରିବା ଫଳରେ ପାକିସ୍ତାନ କ୍ରିକେଟର କ୍ଷତି କରିବା ଲାଗି ଭାରତ ସୁଯୋଗ ପାଇବନାହିଁ। ସୂଚନାଯୋଗ୍ୟ; ଇମ୍ରାନ୍ ଖାଁ ହେଉଛନ୍ତି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବିଗତଦିନର ବିଶ୍ବବିଖ୍ୟାତ ଅଲ୍‌ରାଉଣ୍ଡର। ଏହାସତ୍ତ୍ବେ ପାକିସ୍ତାନରେ ଆଇପିଏଲ୍‌ ପ୍ରସାରଣକୁ ନିଷିଦ୍ଧ କରିବାକୁ ତାଙ୍କ ସରକାର ନିଷ୍ପତ୍ତି ନେବା ଅନେକଙ୍କୁ ଚକିତ କରିଛି। ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଆହୁରି କହିଛନ୍ତି, ପାକିସ୍ତାନ କ୍ରିକେଟ୍‌ର କ୍ଷତି କରିବା ଲାଗି ଭାରତ ସଂଗଠିତ ଭାବେ ଉଦ୍ୟମ ଚଳାଇଛି। ତେଣୁ ଭାରତରେ ଆୟୋଜିତ ଏକ ଘରୋଇ ଟୁର୍ଣ୍ଣାମେଣ୍ଟକୁ ଆମଦେଶରେ ପ୍ରୋତ୍ସାହନ ଦେବା ଅନର୍ଥକ। ସୂଚନାଯୋଗ୍ୟ; ଗତ ଫେବୃୟାରୀରେ ଜମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍ ଯବାନ ପ୍ରାଣ ହରାଇବା ପରେ ଭାରତରେ ପାକିସ୍ତାନ ସୁପର ଲିଗ୍ (ପିଏସ୍‌ଏଲ୍‌)ର ପ୍ରସାରଣକୁ ବନ୍ଦ କରି ଦିଆ ଯାଇଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories