www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ବକପ୍ ପୂର୍ବରୁ ପାଣ୍ଡ୍ୟା-ରାହୁଲ ମାମଲା ତୁଟାଇବାକୁ ଚାହୁଁଛି ବିସିସିଆଇ

ନୂଆଦିଲ୍ଲୀ : ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ପ୍ରସଙ୍ଗରେ ବିସିସିଆଇର ନବନିଯୁକ୍ତ ଅମ୍ବୁଡ୍‌ସମ୍ୟାନ ଡି.କେ.ଜୈନ ଭାରତୀୟ କ୍ରିକେଟ ଦଳର ଦୁଇ ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି। ନିର୍ଦ୍ଧାରିତ ଦିନ ଅମ୍ବୁଡ୍‌ସମ୍ୟାନଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ ଉଭୟ ଖେଳାଳିଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଆଗକୁ ବିଶ୍ବକପ୍ ଥିବାରୁ ଯେତେ ଜଲ୍‌ଦି ସମ୍ଭବ ଉକ୍ତ ବିବାଦ ତୁଟାଇବାକୁ ବିସିସିଆଇ ଚାହୁଁଛି।
ମଙ୍ଗଳବାର ବିସିସିଆଇର ଜଣେ ପଦାଧିକାରୀ କହିଛନ୍ତି ଯେ ବିସିସିଆଇରେ ସମସ୍ତେ ଚାହାନ୍ତି ଯେ ରାହୁଲ-ପାଣ୍ଡ୍ୟା ମାମଲାର ଜଲ୍‌ଦି ସମାଧାନ ହେବା ଆବଶ୍ୟକ। ସମସ୍ତେ ଏହା ଅନୁଭବ କରୁଛନ୍ତି ଯେ ଅପରାଧଠାରୁ ଦଣ୍ଡବିଧାନ କଦାପି ବଡ଼ ହୋଇନପାରେ ଏବଂ ଉଭୟ ଖେଳାଳି ସେମାନଙ୍କ ଅପରାଧ ପାଇଁ ଦଣ୍ଡ ପାଇ ସାରିଛନ୍ତି। ସେମାନେ ବିସିସିଆଇ ଦ୍ବାରା ଦିଆ ଯାଇଥିବା ବାସନ୍ଦ ଅବଧି ପୂରଣ କରିଛନ୍ତି। ଉଭୟ ଖେଳାଳିଙ୍କୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ବଦେଶ ଫେରାଇ ଦିଆ ଯାଇଥିଲା ଏବଂ ଏକାଧିକ ଥର ଉଭୟ ଖେଳାଳି ସେମାନଙ୍କ ଭୁଲ ପାଇଁ ଅନୁତାପ କରି କ୍ଷମାପ୍ରାର୍ଥନା କରି ସାରିଛନ୍ତି। ପୁଣି ରାହୁଲ ଓ ପାଣ୍ଡ୍ୟା ଅମ୍ବୁଡ୍‌ସମ୍ୟାନଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଯାଉଛନ୍ତି। ପ୍ରାୟ ୫୦ ଦିନ ପରେ ବିଶ୍ବକପ୍ ଆରମ୍ଭହେବାକୁ ଥିବାରୁ ବିସିସିଆଇରେ ସମସ୍ତେ ଅନୁଭବ କରୁଛନ୍ତି ଯେ ଏହି ମାମଲାର ତୁରନ୍ତ ସମାଧାନ ହେଉ। କାରଣ ରାହୁଲ ଓ ପାଣ୍ଡ୍ୟା ଭାରତୀୟ ବିଶ୍ବକପ୍ ଦଳରେ ଖେଳିବାର ବହୁତ ସମ୍ଭାବନା ରହିଛି। ବିସିସିଆଇର ଆଉ ଜଣେ ଅଧିକାରୀ କହିଛନ୍ତି ଯେ ଅମ୍ବୁଡ୍‌ସମ୍ୟାନ ଜୈନ୍ ଏହି ମାମଲାକୁ ପ୍ରାଥମିକତା ଦେଉଛନ୍ତି ଏବଂ ଉଭୟ ଖେଳାଳିଙ୍କୁ ଭେଟିବାର ସପ୍ତାହକ ମଧ୍ୟରେ ସେ ରିପୋର୍ଟ ପ୍ରଦାନ କରିପାରନ୍ତି। ତେବେ ଏଥିପାଇଁ କୌଣସି ସମୟସୀମା ଧାର୍ଯ୍ୟ କରା ଯାଇନାହିଁ। ତଥାପି ଅମ୍ବୁଡ୍‌ସମ୍ୟାନଙ୍କ ରିପୋର୍ଟ ପରେ ମାମଲାର ଅନ୍ତଃ ଘଟିବ ବୋଲି ବିସିସିଆଇ ଆଶାରଖିଛି। ଅନୁମାନ କରାଯାଉଛି ଯେ ଏପ୍ରିଲ ୧୦ରେ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଆଇପିଏଲ୍‌ ମୁକାବିଲା ସମୟରେ ଉଭୟ କେ.ଏଲ୍‌. ରାହୁଲ ଓ ହାର୍ଦିକ ପାଣ୍ଡ୍ୟା ଅମ୍ବୁଡ୍‌ସମ୍ୟାନଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସେମାନଙ୍କ ପକ୍ଷ ରଖିପାରନ୍ତି। ରାହୁଲ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଆଇପିଏଲ୍‌ ଖେଳୁଛନ୍ତି ପାଣ୍ଡ୍ୟା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories