www.samajalive.in
Monday, December 15, 2025
14.1 C
Bhubaneswar

ଆର୍‌ସିବିର ୪ର୍ଥ ପରାଜୟ; ରାଜସ୍ଥାନର ପ୍ରଥମ ବିଜୟ

ଜୟପୁର : ଚଳିତ ଆଇପିଏଲ୍‌ରେ ପଏଣ୍ଟ ଟେବୁଲ୍‌ରେ ସବୁଠାରୁ ତଳେ ଥିବା ଦୁଇ ଦଳ ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ମୁକାବିଲାରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ମଙ୍ଗଳବାର ଶ୍ରେୟାସ ଗୋପାଳଙ୍କ ଚମତ୍କାର ବୋଲିଂ ପରେ ଜୋସ୍‌ ବଟ୍‌ଲରଙ୍କ ଅର୍ଦ୍ଧଶତକକୁ ପାଥେୟକରି ଆର୍‌ସିବିକୁ ୭ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ପାର୍ଥିବ ପଟେଲଙ୍କ ଆକ୍ରମଣାତ୍ମକ ୬୭ ରନ୍‌ର ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୪ ୱିକେଟ ହରାଇ ୧୫୮ ରନ୍ କରିଥିଲା। ପରେ ବଟ୍‌ଲରଙ୍କ ୫୯ ରନ୍ ଏବଂ ଷ୍ଟିଭେନ୍ ସ୍ମିଥ୍‌ ଓ ରାହୁଲ ତ୍ରିପାଠୀଙ୍କ ଉପଯୋଗୀ ଇନିଂସ ବଳରେ ଗୋଟିଏ ବଲ୍‌ ବାକିଥାଇ ୩ ୱିକେଟ ହରାଇ ରାଜସ୍ଥାନ ଜିତିଥିଲା। ଏହାକୁ ମିଶାଇ ତା’ର ପ୍ରଥମ ୪ଟିଯାକ ମ୍ୟାଚ୍‌ରେ ଆର୍‌ସିବି ପରାସ୍ତ ହୋଇଛି। ତେବେ ୪ର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସ ପ୍ରଥମ ବିଜୟ ହାସଲ କରିଛି।
ରାଜସ୍ଥାନ ଦୃଢ଼ତାର ସହ ୧୫୯ ରନ୍‌ର ପିଛା କରିଥିଲା। ଏହାର ଓପ୍‌ନିଂ ଯୋଡ଼ି ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଜୋସ୍‌ ବଟ୍‌ଲର ୬ ଓଭରର ପାୱରପ୍ଲେରେ ସ୍କୋର୍‌କୁ ୫୫ ରନ୍‌ରେ ପହଞ୍ଚାଇଥିଲେ। ୬୦ ରନ୍‌ର ଓପ୍‌ନିଂ ୱିକେଟ ଭାଗିଦାରୀ ପରେ ରାହାଣେ ୨୦ ବଲ୍‌ରୁ ୪ଟି ​‌େ‌ଚୗକା ସହ ୨୨ ରନ୍‌କରି ଆଉଟ ହୋଇଥିଲେ। ଦର୍ଶନୀୟ ଇନିଂସ ଖେଳିଥିବା ଜୋସ୍‌ ବଟ୍‌ଲର ୪୩ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ଦର୍ଶନୀୟ ୫୯ ରନ୍‌କରି ଆଉଟ ହୋଇଥିଲେ। ପରେ ଷ୍ଟିଭେନ୍ ସ୍ମିଥ୍ ଓ ରାହୁଲ ତ୍ରିପାଠୀ ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ସ୍ମିଥ୍ ୩୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୮ ରନ୍ କରିଥିଲେ। ତ୍ରିପାଠୀ ୨୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ବାଙ୍ଗାଲୋରର ଓପ୍‌ନିଂ ଯୋଡ଼ି ଦ୍ରୁତ ୪୯ ରନ୍‌ର ଭାଗିଦାରୀ କରିଥିଲେ। ଅଧିନାୟକ ବିରାଟ କୋହଲି ୨୫ ବଲ୍‌ରୁ ୩ଟି ଚୌକା ସହ ୨୩ ରନ୍‌କରି ଆଉଟ୍ ହୋଇଥିଲେ। ତାରକା ବ୍ୟାଟ୍‌ସମ୍ୟାନ୍ ଏବି ଡି’ଭିଲିଅର୍ସ ୨ଟି ଚୌକା ସହ ୧୩ ରନ୍ କରିଥିଲେ। ସିମ୍ରନ୍ ହେତ୍‌ମେୟର କ୍ରମାଗତ ୪ର୍ଥ ମ୍ୟାଚ୍‌ରେ ବିଫଳ ହୋଇ ମାତ୍ର ୧ ରନ୍‌କରି ବିଦାୟ ନେଇଥିଲେ। ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ପାର୍ଥିବ ପଟେଲ ୪୧ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୬୭ ରନ୍ କରିଥିଲେ। ଶେଷ ୧୬ ବଲ୍‌ରୁ ଆର୍‌ସିବି ୩୨ ରନ୍ ନେଇ ପାରିିଥିଲା। ମାର୍କସ ଷ୍ଟୋଇନିସ୍ ୨୮ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୧ ରନ୍‌ରେ ଏବଂ ମୋଇନ୍ ଅଲୀ ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌ରେ ଅପରାଜିତ ଥିଲେ। ଘାତକ ବୋଲିଂକରି ଯୁବ ଲେଗ୍‌ସ୍ପିନର ଶ୍ରେୟାସ ଗୋପାଳ ୪ ଓଭରରୁ ମାତ୍ର ୧୨ ରନ୍‌ଦେଇ ୩ଟି ୱିକେଟ ନେଇଥିଲେ। ଚମତ୍କାର ବୋଲିଂ ପାଇଁ ଶ୍ରେୟାସ ଗୋପାଳ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories