ପୁଣି ଆଇପିଏଲରେ ପଶିଲା କରୋନା, ଦିଲ୍ଲୀ କ୍ୟାପିଟାଲ ଫିଜିଓ ପାଟ୍ରିକ ଫରହାର୍ଟ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପୁଣି ଆଇପିଏଲରେ କରୋନା ଭୂତାଣୁ ପ୍ରବେଶ କରିଛି। ଚଳିତ ଆଇପିଏଲ-୨୦୨୨ ସିଜନରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ କ୍ୟାପିଟାଲ ଫିଜିଓ ପାଟ୍ରିକ ଫରହାର୍ଟ କରୋନା ସଂକ୍ରମିତ ଜଣାପଡ଼ିଛି। ପାଟ୍ରିକ ଫରହାର୍ଟ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ଆଇପିଏଲ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମିତ ହେବା ପରେ ପାଟ୍ରିକ ଫରହାଟ୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲର ସ୍ବତନ୍ତ୍ର ଡାକ୍ତରୀଦଳ ଚିକିତ୍ସା କରୁଛନ୍ତି।

 

prayash

କରୋନା ମହାମାରୀ ପାଇଁ ଗତ ବର୍ଷ ଆଇପିଏଲ ମେ ୪ରେ ବାତିଲ ହୋଇଥିଲା। ଏହି ସମୟରେ ହାଇଦ୍ରାବାଦର ରିଦ୍ଧିମାନ ଶାହା, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ବାକି ଥିବା ଲିଗ ମ୍ୟାଚକୁ ୟୁଏଇରେ ଖେଳାଯାଇଥିଲା।

kalyan agarbati

Comments are closed.