www.samajalive.in
Monday, December 15, 2025
24.1 C
Bhubaneswar

ଦିଲ୍ଲୀ-ଏନସିଆରରେ ଇଣ୍ଟରନେଟ୍‌ ସେବା ବନ୍ଦ, ୱାର୍କ ଫ୍ରମ୍‌ ହୋମ ଓ ଅନ୍‌ଲାଇନ କ୍ଲାସ ପ୍ରଭାବିତ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀମାନେ ହିଂସାକାଣ୍ଡ ଘଟାଇବା ପରେ ଦିଲ୍ଲୀ-ଏନସିଆର ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ଏହା ଫଳରେ କରୋନା ଯୋଗୁ ଘରେ ରହି କାର୍ଯ୍ୟ କରୁଥିବା କର୍ମଜୀବି ଏବଂ ଅନ୍‌ଲାଇନ କ୍ଲାସ କରୁଥିବା ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଗତ ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ-ଏନସିଆରର ବିଭିନ୍ନ ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା। କୃଷକମାନଙ୍କର ଟ୍ରାକ୍ଟର ରାଲି ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହାକୁ ନଜରରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନସିଟିର ସିଙ୍ଘୁ, ଗାଜିପୁର, ଟିକରି, ମୁକରବା ଛକ, ନାଙ୍ଗଲୋଇ ଏବଂ ଏହା ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସେବା ବନ୍ଦ ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

- Advertisement -

ଇଣ୍ଟରନେଟ ସେବା ବନ୍ଦ ହେବା ଫଳରେ ଘରେ ରହି ଅନ୍‌ଲାଇନ କ୍ଲାସ କରୁଥିବା ଛାତ୍ରଛାତ୍ରୀମାନେ ବହୁ ପ୍ରଭାବିତ ହୋଇଛନ୍ତି। କରୋନା ଯୋଗୁ ପିଲାମାନେ ସ୍କୁଲ ଯାଉ ନ ଥିବାରୁ ଅନ୍‌ଲାଇନରେ କ୍ଲାସ କରୁଛନ୍ତି। ଏପରି ସ୍ଥିତିରେ ଇଣ୍ଟରନେଟ ସେବା ବନ୍ଦ ରହିବା ଯୋଗୁ ସେମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଛି।

ସେହିପରି ଅନେକ କମ୍ପାନୀର କର୍ମଚାରୀ ୱାର୍କ ଫ୍ରମ ହୋମ୍‌ରେ ଥିବାବେଳେ ସେମାନେ ବି କାର୍ଯ୍ୟ କରିପାରୁ ନାହାନ୍ତି। ସେମାନଙ୍କ କାର୍ଯ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଦିଲ୍ଲୀ-ଏନସିଆର ବ୍ୟତୀତ ହରିୟାଣାର ୩ଟି ଜିଲାରେ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ହରିୟାଣା ସରକାର ସୋନିପତ୍‌, ପଲୱଲ ଏବଂ ଝଜ୍ଜର ଜିଲାରେ ଇଣ୍ଟରନେଟ ବନ୍ଦ କରିଦେବା ଫଳରେ ସେହି ଅଞ୍ଚଳରେ ବି ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories