ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିବା ବୁଧବାର ଖବର ମିଳିଛି। କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ଯନ୍ତ୍ରୀଙ୍କ ଖଣ୍ଡଗିରି ସ୍ଥିତ ହାଉସିଂବୋର୍ଡ କଲୋନୀ ଘରେ, କାକଟପୁର ନିକଟ ଶ୍ରୀଚନ୍ଦନପୁର ଗାଁର ପୈତୃକ ଘରେ ମଧ୍ୟ ଚଢାଉ କରାଯାଉଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
Popular Categories



