ଭୁବନେଶ୍ୱର : ବିଲ୍ ପାସ କରାଇଦେବା ପାଇଁ ଟଙ୍କା ଲାଞ୍ଚ ନେବା ସମୟରେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିବା ସହ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ୱର ଭୀମପୁର ମୌଜା ସ୍ଥିତ ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରାଯାଉଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।



