www.samajalive.in
Sunday, December 7, 2025
23.1 C
Bhubaneswar

ଆଉ ଜଣେ କୋଟିପତି କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୁଲିସ ଜିଲାରେ କାର୍ୟ୍ୟରତ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ଭିଜିଲାନ୍ସ ଟିମ ସୁଦର୍ଶନଙ୍କ ବ୍ରହ୍ମପୁର ଶକ୍ତିନଗର ସ୍ଥିତ ୩ ମହଲା ବିଶିଷ୍ଟ କୋଠା, ନିମଖଣ୍ଡି ସ୍ଥିତ ବାସଭବନ, ଭଞ୍ଜନଗର ଗାମୁଣ୍ଡି ସ୍ଥିତ ପୈତୃକ ଘରେ ଚଢ଼ାଉ ଜାରି ରହିଛି। ତାଙ୍କ ନିକଟରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦  ଟଙ୍କା ଜବତ ହୋଇଛି। ଏହି ଚଢାଉରେ ବ୍ରହ୍ମପୁର ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି ଏବଂ ୫ ଜଣ ଇନ୍‌ସ୍ପେକ୍ଟର ସାମିଲ ଅଛନ୍ତି। ଓଏସଏପିରେ ଚାକିରି ପାଇ କୋରାପୁଟ ପରେ ସୁଦର୍ଶନ ୨୦୦୫ରୁ ବ୍ରହ୍ମପୁର ପୁଲିସ ଜିଲ୍ଲାରେ କାର୍ୟ୍ୟ କରୁଛନ୍ତି। ସେ ପ୍ଲଟ ବ୍ୟବସାୟ ସହ ଜଡିତ ଥିବା ସୂଚନା ମିଳିଛି । କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories