ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଯୋଗ ପରମ୍ପରାକୁ ବିଶ୍ୱସ୍ତରରେ ଆପଣା ଯିବା ଉଚିତ୍
ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ
ଭୁବନେଶ୍ୱର: ବିଶ୍ୱ ଯୋଗଦିବସ ଅବସରରେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଭୁବନେଶ୍ୱର ସହିଦ୍ନଗର ସ୍ଥିତ ଇମଫା ପାର୍କଠାରେ ସ୍ବତନ୍ତ୍ର ଯୋଗ ଶିବିର ଆୟୋଜିତ କରାଯାଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂତନ ଶକ୍ତି ଯୋଗାଣର ଆଧାର। ସାଂମ୍ପ୍ରତିକ ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ବ ଓ ବେଶ୍ ପ୍ରାସଙ୍ଗିକତା ରହିଛି । ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱସ୍ତରରେ ଆପଣା ଯିବା ଉଚିତ୍ । ଯୋଗ ଦ୍ବାରା ଦେହ ସୁସ୍ଥ ରହିବା ସହ ଆୟୁସ ଓ ବଳ ବୃଦ୍ଦି ପାଇଥାଏ ବୋଲି ଭାରତୀୟ ଯୋଗ ସଂସ୍ଥାନ ,ଇମ୍ଫା ପାର୍କ ମୁଖ୍ୟ ଶ୍ରୀ ପ୍ରଦୀପ ପ୍ରଧାନ ମତପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗସଂସ୍ଥାନର ସଦସ୍ୟଙ୍କ ସହ ସହିଦ ନଗର ଇମ୍ଫା ପାର୍କ ଓ୍ବାଲ୍କର ସଦସ୍ୟ ,ମ୍ୟାକ୍ ଲ୍ୟୁବ୍ରିକାଣ୍ଟର ଶଶୀ ଜି ବର୍ମା ଓ ପ୍ରମୁଖ ସଦସ୍ୟ ପ୍ରଦ୍ୟୁତ୍ ଜୀ, ନୀତା ଜୀ, ପୁଜା ଜୀ ଅଭିନାଶ, ଜ୍ୟୋତି, ଲୁସି, ଅରୁଣ୍, ସୋନିଲି, ଭକ୍ତ ଜୀ, କନ୍ଦର୍ପ ଜୀ ପ୍ରମୁଖ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିବା ସହ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରିଥିଲେ ।
Comments are closed.