www.samajalive.in
Monday, December 15, 2025
24.1 C
Bhubaneswar

ଅଜ୍ଞାତ ଉଡ଼ନ୍ତା ବସ୍ତୁକୁ ଖସାଇଲା ଆମେରିକା

ୱାଶିଂଟନ: ଆଲାସ୍କାର ଉତ୍ତରାଞ୍ଚଳ ଆକାଶରେ ଉଡୁଥିବା ଏକ ଅଜ୍ଞାତ ବସ୍ତୁକୁ ଆମେରିକାର ଲଢ଼ୁଆ ବିମାନ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିର୍ଦେଶକ୍ରମେ ବାୟୁସେନା ଶୁକ୍ରବାର ଏହି ପଦକ୍ଷେପ ଗ୍ରହଣ କରିଥିବା ହ୍ବାଇଟ୍‌ ହାଉସ ତରଫରୁ ସୂଚନା ଦିଆଯାଇଛି। ସୂଚନାଥାଉ କି କିଛିଦିନ ତଳେ ଆମେରିକା ଆକାଶରେ ଉଡ଼ି ବୁଲୁଥିବା ଚୀନ୍‌ର ଗୁଇନ୍ଦା ବେଲୁନ୍‌କୁ ଆମେରିକା ବାୟୁସେନା କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିଲା।

ଶୁକ୍ରବାର ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ହ୍ବାଇଟ୍‌ ହାଉସ ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍‌ କିର୍ବେ କହିଥିଲେ ଆଲାସ୍କା ଅଞ୍ଚଳରେ ପ୍ରାୟ ୪୦ହଜାର ଫୁଟ୍‌ ଉଚ୍ଚରେ ଏକ ଅଜ୍ଞାତ ବସ୍ତୁ ଉଡୁଥିବା ଦେଖିବାକୁ ମିଳିଥିଲା। ଏହି ଉଚ୍ଚତାରେ ବିଭିନ୍ନ ବିମାନ ଚଳାଚଳ କରୁଥିବାରୁ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ତାହାକୁ ଖସାଇ ଦେବାକୁ ରାଷ୍ଟ୍ରପତି ନିର୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ନିର୍ଦେଶାନୁଯାୟୀ ଆମେରିକାର ବାୟୁସେନାର ବିମାନ କ୍ଷେପଣାସ୍ତ୍ର ମାଡ଼ କରି ସେହି ବସ୍ତୁକୁ ଖସାଇ ଦେଇଥିଲେ। ତେବେ ତାହା କୌଣସି ଗୁଇନ୍ଦା ବେଲୁନ୍‌ ନ ଥିବା କିର୍ବେ ସ୍ପଷ୍ଟ କରି ଦେଇଛନ୍ତି। ସେହି ବସ୍ତୁର ଆକାର ଏକ ଛୋଟ କାର୍‌ର ହୋଇଥିବା ବେଳେ ଚୀନ୍‌ର ଗୁଇନ୍ଦା ବେଲୁନ୍‌ ଆକାର ବହୁତ ବଡ଼ ଥିଲା ବୋଲି ସେ ସୂଚନା ଦେଇଛନ୍ତି।

- Advertisement -

ଅନ୍ୟପକ୍ଷରେ ସେହି ଅଜ୍ଞାତ ବସ୍ତୁଟି କ’ଣ, ତାହା କେଉଁଠାରୁ ଆସିଥିଲା, ସେଥି​‌ରେ କୌଣସି ଗୁଇନ୍ଦା ଉପକରଣ ଥିଲା କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ହ୍ବାଇଟ୍‌ ହାଉସ ତରଫରୁ ପ୍ରଦାନ କରାଯାଇ ନାହିଁ। ଚୀନ୍‌ର ଗୁଇନ୍ଦା ବେଲୁନ୍‌କୁ ବିଳମ୍ବରେ ଖସାଯିବା ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କେତେକ ବିରୋଧୀ ସମାଲୋଚନା କରିଥିବାରୁ ଆଲାସ୍କା ଅଞ୍ଚଳରେ ଉଡନ୍ତା ଅଜ୍ଞାତ ବସ୍ତୁ ଦେଖାଯିବା ପରେ ତୁରନ୍ତ ତାହାକୁ ଖସାଇବାକୁ ବାଇଡେନ୍‌ ନିର୍ଦେଶ ଦେଇଥିଲେ। ଆଲାସ୍କା ଅଞ୍ଚଳରେ ଉଡୁଥିବା ଅଜ୍ଞାତ ବସ୍ତୁକୁ ଆମେରିକାର ଏଫ୍‌-୨୨ ଯୁଦ୍ଧ ବିମାନ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିବା ବ୍ରିଗେଡିୟର ପାଟ୍‌ ରାଇଡର୍‌ ସ୍ପଷ୍ଟ କରି ଦେଇଛନ୍ତି। ଅଜ୍ଞାତ ବସ୍ତୁକୁ ଖସାଇ ଦିଆଯିବା ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଥିବା ସେ କହିଥିଲେ। ଆମେରିକାର ଏପରି ପଦକ୍ଷେପକୁ ପଡୋଶୀ କାନାଡ଼ା ତରଫରୁ ସମର୍ଥନ କରାଯାଇଛି। ଅଜ୍ଞାତ ବସ୍ତୁଟି ଆମେରିକାର ବାୟୁସୀମାରେ ପ୍ରବେଶ କରିଥିବାରୁ ଏହାକୁ ଖସାଇ ଦିଆଯିବାରେ କୌଣସି ଭୁଲ୍‌ ନ ଥିଲା ବୋଲି କାନାଡ଼ା ତରଫରୁ ଦର୍ଶାଯାଇଛି। ଆଲାସ୍କା ଅଞ୍ଚଳରେ ସେହି ଅଜ୍ଞାତ ଉଡନ୍ତା ବସ୍ତୁଟି ଗୁରୁବାର ଦେଖିବାକୁ ମିଳିଥିଲା। ତୁରନ୍ତ ଆମେରିକା ବାୟୁସେନା ବିମାନ ସେହି ବସ୍ତୁର ଯାଞ୍ଚ କରିଥିଲେ। ବସ୍ତୁଟି ଏକ ଛୋଟ କାର୍‌ ଆକାରର ହୋଇଥିବାରୁ ଶୁକ୍ରବାର ତାକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଜଣାପଡ଼ିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories