ଜୈବିକ ଉତ୍ପାଦ ଓ ପଦ୍ଧତିର ବିକାଶ ସାଙ୍ଗକୁ ପ୍ରୟୋଗ ପ୍ରତି ଯତ୍ନବାନ ହେବା ଉଚିତ

ଫକୀର ମୋହନ ବିଶ୍ବବିଦ୍ୟାଳୟରେ ପରିବେଶ ବିଜ୍ଞାନ ବିଭାଗର ଆନ୍ତର୍ଜାତୀୟ କର୍ମଶାଳା

ବାଲେଶ୍ବର: ଫକୀର ମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିବେଶ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ‘ପର୍ୟ୍ୟାବରଣୀୟ ସ୍ଥିତାବସ୍ଥା ନିମିତ୍ତ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା’ ଶୀର୍ଷକ ଦୁଇ-ଦିବସୀୟ ଆନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି। ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ପରିବେଶ ଓ ପ୍ରଯୁକ୍ତି ବିଦ୍ୟା ଗୁରୁତ୍ବ ରହିଛି ବୋଲି ପ୍ରକାଶ କରିଥିଲେ। ପ୍ରଦୂଷଣ ଓ ମାନବ ସମାଜ ଉପରେ ଏହାର ପ୍ରତିକୂଳ ପରିଣତି ପ୍ରତି ସଚେତନ ହେବା ଆବଶ୍ୟକ ଏବଂ ଜୈବିକ ଉତ୍ପାଦ ଓ ପଦ୍ଧତିର ବିକାଶ ସାଙ୍ଗକୁ ପ୍ରୟୋଗ ପ୍ରତି ଯତ୍ନବାନ ହେବା ଉଚିତ ବୋଲି ପ୍ରକାଶ କରିଥିଲେ।

ଏହି ଆନ୍ତର୍ଜାତୀୟ କର୍ମଶାଳାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ, ନୂଆଦିଲ୍ଲୀର ପୂର୍ବତନ ବିଶେଷଜ୍ଞ ସଦସ୍ୟ ତଥା ସମ୍ବଲପୁର ବିଶ୍ବବିଦ୍ୟାଳୟ, ପରିବେଶବିଜ୍ଞାନ ବିଭାଗର ପୂର୍ବତନ ବିଭାଗ ମୁଖ୍ୟପ୍ରଫେସର ପ୍ରମୋଦଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରିବେଶ ପ୍ରତି ମଣିଷର ଦାୟିତ୍ବବଦ୍ଧତା ଓ ତଦନୁସାରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା ନୂଆ ନୂଆ ସମ୍ଭାବନାର ମାର୍ଗ ଉନ୍ମୋଚନରେ କିପରି ସହାୟକ ହୋଇ ପାରିବ ସେସମ୍ପର୍କରେ ଆଲୋଚନା କରିଥିଲେ।

prayash

ଆମେରିକାରେ ଗବେଷଣା କରୁଥିବା ଡ. ଡି.କେ.ପଣ୍ଡା ଅତିଥିରୁପେ ଯୋଗ ଦେଇ ପରିବେଶ ପ୍ରତି ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୟବଦ୍ଧତା ଉପରେ ଆଲୋକପାତ କରିଥିଲେ । ପରିବେଶ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର ସୂର୍ୟ୍ୟେନ୍ଦୁ କୁମାର ଦେ ସ୍ବାଗତ ଭାଷଣ ପ୍ରଦାନ ଅବସରରେ ଏକଜୈବ – ଆଞ୍ଚଳିକତାର ବୈଶିଷ୍ଟ୍ୟମୟ ଶୃଙ୍ଖଳା ଗବେଷଣା କ୍ଷେତ୍ରରେ ନିରୁତା ଉପାଦାନ ଯୋଗାଇଥାଏ ବୋଲି ମତ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ପରିବେଶ ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟସହଯୋଗୀ ପ୍ରଫେସରଡ. ପ୍ରକାଶଚନ୍ଦ୍ର ମିଶ୍ର ଏହି ଆନ୍ତର୍ଜାତୀୟ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତଦେଇ ‘ସର୍ବଜନ ସୁଖାୟ ସର୍ବଜନ ହିତାୟ’ ବିଜ୍ଞାନର ପ୍ରମୁଖ ମିମାଂସା ବୋଲି ପ୍ରକାଶ କରିଥିଲେ।

ଏହିଅବସରରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହିତ ଗବେଷକ ବିଦ୍ୟାର୍ଥୀଙ୍କ ଗବେଷଣା ପ୍ରାସଙ୍ଗିକ ପୋଷ୍ଟର ପ୍ରଦର୍ଶନୀ ଏବଂଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅମଳକ୍ଷମ ବିଭିନ୍ନ ପ୍ରକାରର ଧାନଗୁଡ଼ିକର ଏକପ୍ରଦର୍ଶନୀ ପରିବେଶ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅାୟୋଜନ କରାଯାଇଛି। ସହକାରୀ ପ୍ରଫେସର ମିହିର ତନୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.