ଗୋଟିଏ ପଟେ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ବିହାରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଏବଂ ଅନ୍ୟ ପଟେ ୪୬୧୬ କିଲୋମିଟର ଦୂରରେ ଥିବା ସେସେଲ୍ସ ଦେଶର ରାଷ୍ଟ୍ରପତି ଭାବରେ ଜଣେ ବିହାରୀ ନିର୍ବାଚିତ ହୋଇଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଭେଭେଲ ରାମକଲୱାନ । ୪୩ ବର୍ଷ ପରେ ତାଙ୍କ ଦଳକୁ କ୍ଷମତାକୁ ଆଣିବାରେ ସେ ସକ୍ଷମ ହୋଇଛନ୍ତି । ୧୯୭୭ ମସିହାରେ ସେସେଲ୍ସ ସ୍ବାଧୀନତା ହାସଲ କରିବା ପରେ ପ୍ରଥମଥର ପାଇଁ ୟୁନାଇଟେଡ଼୍ ସେସେଲ୍ସ ପାର୍ଟି କ୍ଷମତାକୁ ଆସିଛି ।
ରାମକାଲୱାନ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡାନି ଫୋରେଙ୍କୁ ନିର୍ବାଚନରେ ପରାଜିତ କରିଛନ୍ତି । ୩ ଦିନ ଧରି ଚାଲିଥିବା ଭୋଟରେ ତାଙ୍କ ଦଳ ୫୪.୯%ଭୋଟ ପାଇଥିବା ସୂଚନା ମିଳିଛି । ଭେଭେଲ ରାମକଲୱାନଙ୍କ ଜେଜେବାପା ବିହାରର ଗୋପାଳଗଞ୍ଜରୁ ସେସେଲ୍ସ ଚାଲି ଯାଇଥିଲେ । ଭେଭେଲ ରାମକାଲାଭାନ୍ ସେସେଲ୍ସରେ ଜନ୍ମଗ୍ରହଣ କରିଥିଲେ | କଲେଜରେ ତାଙ୍କର ପରେ ସେ ମରିସସରେ ଧର୍ମଜ୍ଞାନ ଅଧ୍ୟୟନ କରିଥିଲେ ଓ ପୁରୋହିତ ବୃତ୍ତିରେ ରହିଥିଲେ । ୧୯୯୮, ୨୦୦୧ ଓ ୨୦୦୬ରେ ସେ ତାଙ୍କ ଦଳର ନେତୃତ୍ଵ ନେଇଥିଲେ ଓ ବିରୋଧୀ ଦଳରେ ରହିଥିଲେ । ସେ ୨୦୨୦ ନିର୍ବାଚନରେ ୫୪.୯ ପ୍ରତିଶତ ଭୋଟ୍ ହାସଲ କରିଛନ୍ତି। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେସେଲ୍ସ ଗସ୍ତ କରିଥିଲେ। ସେତେବେଳେ ସେସେଲ୍ସ ସହ ଭାରତ କିଛି ଚୁକ୍ତିସ୍ବାକ୍ଷର କରିଥିଲା । ବର୍ତମାନ ଏହି ଚୁକ୍ତିର ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ଭାରତ ଏଠାରେ ଥିବା ଏକ ଦ୍ବୀପରେ ନୌସେନା ନିମନ୍ତେ ଏକ ବେସ୍ ନିର୍ମାଣ କରିବାକୁ ଚାହୁଁଛି । ମାତ୍ର ଭେଭେଲ ହୁଏତ ଏହାକୁ ଅନୁମତି ଦେଇ ନ ପାରନ୍ତି । ସେତେବେଳେ ବିରୋଧୀ ଦଳରେ ଥିବା ଭେଭେଲ ଏହାକୁ ବିରୋଧ କରିଥିଲେ । ସେସେଲ୍ସ ଗଣମାଧ୍ୟମ ଅନୁଯାୟୀ ରାମକାଲୱାନ ସର୍ବଦା ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି । ସେସେଲ୍ସ ଦ୍ବୀପ ନିକଟରେ ବିଶାଳ କଇଁଛମାନଙ୍କର ଆତଯାତ ରହିଛି ଏବଂ ଏହାକୁ ବିଶ୍ଵ ଐତିହ୍ୟସ୍ଥଳ ମାନ୍ୟଦା ଦାବି କରାଯାଇଛି । ତେଣୁ ଭେଭେଲଙ୍କର ଭାରତ ପ୍ରତି କି ମନୋଭାବ ରହିବ ତାହା ଆଗାମୀ ଦିନ ହିଁ ସ୍ପଷ୍ଟ କରିବ ।
ବିହାର ମୂଳ ବାସିନ୍ଦା ଭେଭେଲ ରାମକଲୱାନ ସେସେଲ୍ସ ରାଷ୍ଟ୍ରପତି ନିର୍ବାଚିତ
Popular Categories



