ଭେଣ୍ଡି ୬୫୦, ଆମ୍ବ ୨୪୦୦ ଟଙ୍କା ! ଲଣ୍ଡନରେ ଦାମ୍ ଆକାଶଛୁଆଁ

ନୂଆଦିଲ୍ଲୀ : ଲଣ୍ଡନରେ ଅନେକ ଭାରତୀୟ ରୁହନ୍ତି । ଏହି କାରଣରୁ ଲଣ୍ଡନ ବଜାରରେ ଭାରତୀୟ ଖାଦ୍ୟ ସହଜରେ ମିଳିଯାଏ । କିନ୍ତୁ ସେଠାରେ ଭାରତୀୟ ଖାଦ୍ୟ ବା ପରିବାର ଦାମ୍ ବହୁତ ଅଧିକ । ଭାରତରେ ଆପଣ ଭେଣ୍ଡି କିଣିଲେ ୫୦-୬୦ ଟଙ୍କା ଦେବାକୁ ପଡୁଛି । କିନ୍ତୁ ଲଣ୍ଡନରେ ୬୫୦ ଟଙ୍କା ପ୍ରତି କିଲୋ ଦେବାକୁ ପଡୁଛି । ଖାଲି ଭେଣ୍ଡି ନୁହେଁ, ଅନ୍ୟ ପନିପରିବା ଦାମ୍ ମଧ୍ୟ ଲଣ୍ଡନରେ ଆକାଶଛୁଆଁ ।

ଲଣ୍ଡନରେ ରହୁଥିବା ଜଣେ ଭାରତୀୟ ଯୁବତୀ ଛବି ଅଗ୍ରଓ୍ବାଲ ଏହି ସବୁ ଦାମ ତାଲିକାର ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ସେ ଲଣ୍ଡନର ଏକ ସୁପର ମାର୍କେଟକୁ ଯାଉଛନ୍ତି ଏବଂ ଗୋଟିଏ ଗୋଟିଏ କରି ଭାରତୀୟ ଖାଦ୍ୟର ଦାମ୍ ସମ୍ପର୍କରେ ଜଣାଉଛନ୍ତି ।

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦିଆଯାଇଥିବା ସୂଚନା ଅନୁସାରେ ଲଣ୍ଡନରେ ୨୦ ଟଙ୍କା ଚିପ୍ସର ପ୍ୟାକେଟ୍ ଭାରତୀୟ ମୁଦ୍ରା ଅନୁସାରେ ୯୫ ଟଙ୍କାରେ ବିକ୍ରି କରାଯାଉଛି । ସେହିଭଳି ମ୍ୟାଗି ପ୍ୟାକେଟ୍ ଲଣ୍ଡନ ଷ୍ଟୋରରେ ୩୦୦ ଟଙ୍କାରେ ମିଳୁଛି । ଏହା ବ୍ୟତୀତ ପନିର ପ୍ୟାକେଟ୍ ୭୦୦ ଟଙ୍କା, ଭେଣ୍ଡି ୬୫୦ ଟଙ୍କା ପ୍ରତି କିଲୋ, କଲରା ୧୦୦୦ ଟଙ୍କା କିଲୋରେ ବିକ୍ରି ହେଉଛି ।

Comments are closed.