www.samajalive.in
Tuesday, December 9, 2025
23.1 C
Bhubaneswar

ଅଷ୍ଟ୍ରେଲିଆରେ ଭାରତୀୟ ଡାକ୍ତରଙ୍କୁ ହତ୍ୟା; ସୁଟ୍‌କେସ ଭିତରୁ ମିଳିଲା ମୃତଦେହ

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଏହ ମହିଳା ଡାକ୍ତର ଜଣକ ହେଲେ ପ୍ରୀତି ରେଡ୍ଡୀ। ପୂର୍ବ ସିଡନୀ ଅଞ୍ଚଳରେ ତାଙ୍କ କାରରେ ଥିବା ଏକ ସୁଟକେସ୍‌ ଭିତରୁ ତାଙ୍କ ମୃତଦେହକୁ ଜବତ କରାଯାଇଛି। ତାଙ୍କ ଶରୀରର ଏକାଧିକ ସ୍ଥାନକୁ ଛୁରିରେ ଆଘାତ କରାଯାଇଛି। ସେ ସିଡ୍‌ନୀରେ ପରିବାର ସହ ରହି ଦାନ୍ତ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ଗତ ୩ ତାରିଖରୁ ସେ ନିଖୋଜ ଥିଲେ ବୋଲି ନ୍ୟୁ ସାଉଥୱେଲସ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ ସୂଚନା ମୁତାବକ, ତାଙ୍କ ପ୍ରୀତି ସିଡ୍‌ନୀର ସିବିଡି ଅଞ୍ଚଳରେ ଥିବା ଏକ ହୋଟେଲରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ସହ ଥିଲେ। ପରେ ସେ ସେଣ୍ଟ ଲିଓନାର୍ଡଠାରେ ଦାନ୍ତ ସମ୍ବନ୍ଧୀୟ ଏକ ସମ୍ମିଳନୀରେ ଯୋଗଦେଇଥିଲେ। ଗତ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ତାଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ବୋ ସହିତ ଘରକୁ ଫେରୁଥିବା କହିଥିଲେ। କିନ୍ତୁ ଘରେ ପହଞ୍ଚି ନ ଥିଲେ। ଏ ସମ୍ପର୍କରେ ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଖୋଳତାଡ଼ କରିବା ସମୟରେ ପ୍ରୀତିଙ୍କ ମୃତଦେହ ଜବତ କରିଥିଲା। ପ୍ରୀତିଙ୍କ ସହ ଥିବା ତାଙ୍କ ପୂର୍ବତନ ପ୍ରେମିକଙ୍କ ମୃତଦେହକୁ ମଧ୍ୟ ପୁଲିସ ଜବତ କରିଛି। ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି। ତେବେ ସେ ହିଁ ପ୍ରୀତିଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories