ଭାରତୀୟ ସେନାକୁ ମିଳିବ ଜେଟ୍ପ୍ୟାକ୍ ସୁଟ୍
ନୂଆଦିଲ୍ଲୀ : ଭାରତୀୟ ସେନାକୁ ଖୁବ୍ଶୀଘ୍ର ଜେଟ୍ପ୍ୟାକ୍ ସୁଟ୍ ମିଳିବ ବୋଲି ଆଶା କରାଯାଉଛି। ଏହି ସୁଟ୍ରେ ଏକ ଛୋଟ ତଥା ଶକ୍ତିଶାଳୀ ଇଞ୍ଜିନ ରହିଛି। ଫଳରେ ଏହାକୁ ବ୍ୟବହାର କରି ଜଣେ ବ୍ୟକ୍ତି ବେଶ୍ କିଛିସମୟ ଧରି ଆକାଶରେ ଉଡି ପାରିବ। ଅନ୍ତର୍ଜାତୀୟ ସୀମାରେ ଥିବା ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ଥିବା ସେନା ଯବାନଙ୍କ ପାଇଁ ଏହି ସୁଟ୍ ବେଶ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।
ଏହି ସୁଟ୍କୁ ବ୍ରିଟେନ୍ର ଏକ କମ୍ପାନୀ ନିର୍ମାଣ କରିଥିବା ଜଣାପଡ଼ିଛି। ଇତିମଧ୍ୟରେ ଏହି ସୁଟ୍ର ପରୀକ୍ଷା ଆରମ୍ଭ ହୋଇଥିବା ସେନା ତରଫରୁ ସୂଚନା ଦିଆଯାଇଛି। ଆଗ୍ରାରେ ବ୍ରିଟେନ୍ କମ୍ପାନୀର ଇଞ୍ଜିନିୟରମାନେ ଏହି ସୁଟ୍କୁ ପିନ୍ଧି କିପରି ଉଡିହେବ ସେ ସମ୍ପର୍କରେ ଭାରତୀୟ ସେନାଧିକାରୀଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରୁଥିବା ଜଣାପଡ଼ିଛି।
ଏହି ସୁଟ୍ରେ ୩ଟି ଇଞ୍ଜିନ ରହିଥିବା ଜଣାପଡ଼ିଛି। ଗୋଟିଏ ଇଞ୍ଜିନ୍ ସୁଟ୍ର ପଛଭାଗରେ ରହିଥିବା ବେଳେ ଆଉ ଦୁଇଟି ଇଞ୍ଜିନ୍ ସୁଟ୍ର ଦୁଇହାତରେ ରହିଛି। ସୁଟ୍ର ସର୍ବାଧିକ ଓଜନ ୪୦ କେଜି ରହିଥିବା ବେଳେ ପରୀକ୍ଷା ପାଇଁ ଭାରତୀୟ ସେନାକୁ ୪୮ଟି ସୁଟ୍ ମିଳିଛି। ସୁଟ୍ରେ ଘଣ୍ଟାକୁ ୫୦ କିମି ବେଗରେ ଉଡି ହେବ ବୋଲି ଜଣାପଡ଼ିଛି। ଚୀନ୍ ଓ ପାକିସ୍ତାନ ସହ ଲାଗିଥିବା ସୀମାର ତଦାରଖ ପାଇଁ ଏହି ସୁଟ୍ ଭାରତୀୟ ଯବାନଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
Comments are closed.