www.samajalive.in
Monday, December 15, 2025
24.1 C
Bhubaneswar

ରୋହିତ ଓ ରାହୁଲଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର : ୱେଷ୍ଟଇଣ୍ଡିଜ ପାଇଁ ୩୮୮ରନର ବିଜୟ ଲକ୍ଷ୍ୟ

ବିଶାଖାପାଟଣା : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ବୁଧବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଖେଳା ଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଅଧିନାୟକ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ପାଇଁ ୩୮୮ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

pic courtesy-twitter

ହିଟ ମ୍ୟାନ ରୋହିତ ଶର୍ମା ୧୩୮ଟି ବଲ ଖେଳି ୧୫୯ରନ କରିଛନ୍ତି। ଯେଉଁଥିରେ ତାଙ୍କର ୫ଟି ଛକା ଓ ୧୭ଟି ଚୌକା ସାମିଲ ରହିଛି। ସେହିଭଳି ତାଙ୍କର ଓପନିଂ ଯୋଡୀ କେଏଲ ରାହୁଲ ତାଙ୍କୁ ଖୁବ୍ ସହଯୋଗ କରିଥିଲେ। ରାହୁଲ ୧୦୪ଟି ବଲ ଖେଳି ୧୦୨ରନ କରିଛନ୍ତି। ଯେଉଁଥିରେ ତାଙ୍କର ୩ଟି ଛକା ଏବଂ ୮ଟି ଚୌକା ସାମିଲ ରହିଛି। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମଧ୍ୟ କ୍ରମର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବଂ ଶ୍ରେୟସ୍ ଆୟର ମଧ୍ୟ ଖୁବ ଭଲ ବ୍ୟାଟିଂ କରିଥିଲେ। ଉଭୟଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୩୮୭ରନର ବିଶାଳ ସ୍କୋର ଛିଡା କରିପାରିଛି।

- Advertisement -

 

pic courtesy-twitter
pic courtesy-twitter

ଶ୍ରେୟସ୍ ଆୟର ୩୨ବଲ ଖେଳି ୫୩ରନ କରିଛନ୍ତି। ଯେଉଁଥିରେ ତାଙ୍କର ୪ଟି ବିଶାଳ ଛକା ଏବଂ ତିନୋଟି ଛକା ସାମିଲ ରହିଛି। ସେହିଭଳି ବାମହାତୀ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୧୬ଟି ବଲରେ ୩୯ରନ କରିଛନ୍ତି। ଯେଉଁଥିରେ ତାଙ୍କର ୪ଟି ଛକା ଓ ତିନିଟି ଛକା ସାମିଲ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories