ନୌସେନା ଜାହାଜ-ମତ୍ସ୍ୟଜୀବୀ ଡଙ୍ଗା ଧକ୍କା – ଜଣେ ମୃତ, ଅନ୍ୟଜଣେ ନିଖୋଜ

ଡେସ୍କ: ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଓ ଭାରତର ମାଛଧରା ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଘଟଣାରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଭାରତ ଆଜି ଶ୍ରୀଲଙ୍କା ରାଷ୍ଟ୍ରଦୂତଙ୍କୁ ସମନ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନୂଆଦିଲ୍ଲୀରେ ଥିବା ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇକମିଶନରଙ୍କୁ ଆଜି ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଡକାଯାଇ ଏହି ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଛି। କଲମ୍ବୋରେ ଥିବା ଭାରତୀୟ ହାଇକମିଶନର ମଧ୍ୟ ଆଜି ଶ୍ରୀଲଙ୍କା ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉତଥାପନ କରିଛନ୍ତି।

ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ସର୍ବଦା ମତ୍ସ୍ୟଜୀବୀଙ୍କ ସହ ଜଡିତ ସମସ୍ୟାକୁ ମାନବିକତାର ସହ ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥାନ୍ତି ଏବଂ ଉଭୟ ସରକାର ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ୍। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରଣାଳୟ କହିଛି।

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

ଆଜି ସକାଳେ ଜାଫନାରେ ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଏବଂ ଭାରତର ଏକ ମାଛଧରା ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ଜାହାଜରେ ଥିବା ୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ୨ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ମତ୍ସ୍ୟଜୀବୀଙ୍କ ଖୋଜାଖୋଜି ଜାରି ରହିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/8tkc88wC0L7089V56S8SyG

https://chat.whatsapp.com/K41LU4b2UqfBkJrbOSIO4z

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Comments are closed.