ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦, ବିଜୟ ଲକ୍ଷ୍ୟରେ ଭାରତ
ଧର୍ମଶାଳା : ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସହିତ ଚଳିତ ଘରୋଇ ସିଜିନ୍ ଶନିବାରଠାରୁ ଆରମ୍ଭ କରୁଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟ୍ବୋଣ୍ଟି -୨୦ ମ୍ୟାଚ୍ ମଧ୍ୟରୁ ଆଜି ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ଧର୍ମଶାଳାଠାରେ ସନ୍ଧ୍ୟା
୭ଟାରେ ଏହି ମ୍ୟାଚ୍ ଖେଳାଯିବ।
କ୍ୱିଣ୍ଟନ୍ ଡିକକ୍ଙ୍କ ଅଧିନାୟକତ୍ୱରେ ଆସିଥିବା ଦକ୍ଷିଣ ଆଫ୍ରିକୀୟ ଦଳ ଏବେ ଏକ ଭିନ୍ନ ସ୍ଥିତି ଦେଇ ଗତି କରୁଛି ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଚ୍ୟାଲେଞ୍ଜ କରିବା ଏହା ପାଇଁ ବେଶ୍ କଷ୍ଟସାଧ୍ୟ ହେବ ବୋଲି ଅନୁମାନ କରାଯାଉଛି। ଆଇସିସି ଟ୍ବୋଣ୍ଟି -୨୦ ର୍ୟାଙ୍କିଙ୍ଗରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପଛରେ ଥିବା ସତ୍ତ୍ବେ ଏହି ସିରିଜରେ ଭାରତ ବିଜୟୀ ହେବ ବୋଲି ଆଶା ରହିଛି।